ଓଡିଶା

odisha

ETV Bharat / city

ନୀଳାଚଳେ ଜଗନ୍ନାଥ: ଶରଧାବାଲିରେ ଭକ୍ତର ଶରଧା - Saradha Bali in Puri

ବଡ ଦେଉଳରୁ ବାଇଶିପାହାଚ, ମହାପ୍ରସାଦରୁ ମହୋଦଧି ସବୁ ମହିମାମଣ୍ଡିତ । ତନ୍ମଧ୍ୟରୁ ଜଗତର ନାଥଙ୍କ ନିତ୍ୟ ବାସସ୍ଥାନ ନୀଳାଚଳର ଶରଧାବାଲି ଶ୍ରେଷ୍ଠତ୍ବ ମଧ୍ୟ ସର୍ବବିଦିତ । ଏହି ଶରଧାବାଲି କୌଣସି ସାଧାରଣ ବାଲି ନୁହେଁ, ଏହାକୁ ବ୍ରଜ ଧୂଳି ବୋଲି ମଧ୍ୟ କୁହାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ବ୍ୟାପ୍ତ ଅଞ୍ଚଳକୁ ଶରଧା ବାଲି କୁହାଯାଏ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 19, 2020, 6:03 AM IST

Updated : Jun 19, 2020, 8:23 AM IST



ପୁରୀ: ଶ୍ରୀଜଗନ୍ନାଥଙ୍କ ପରି ଶ୍ରୀକ୍ଷେତ୍ରର ଗାରିମା ବିଶ୍ବ ବିଦିତ, ମହିମା ଚାରିଆଡେ ଧ୍ବନିତ । ଏ କ୍ଷେତ୍ରର କୋଣ ଅନୁକୋଣ ଭକ୍ତ ମନରେ ସୃଷ୍ଟିକରେ ବିଭୁପ୍ରେମର ତନ୍ମୟତା । ବଡ ଦେଉଳରୁ ବାଇଶିପାହାଚ, ମହାପ୍ରସାଦରୁ ମହୋଦଧି ସବୁ ମହିମାମଣ୍ଡିତ । ତନ୍ମଧ୍ୟରୁ ଜଗତର ନାଥଙ୍କ ନିତ୍ୟ ବାସସ୍ଥାନ ନୀଳାଚଳର ଶରଧାବାଲି ଶ୍ରେଷ୍ଠତ୍ବ ମଧ୍ୟ ସର୍ବବିଦିତ । ଏହି ଶରଧାବାଲି କୌଣସି ସାଧାରଣ ବାଲି ନୁହେଁ, ଏହାକୁ ବ୍ରଜ ଧୂଳି ବୋଲି ମଧ୍ୟ କୁହାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ବ୍ୟାପ୍ତ ଅଞ୍ଚଳକୁ ଶରଧା ବାଲି କୁହାଯାଏ ।

ନୀଳାଚଳେ ଜଗନ୍ନାଥ: ଶରଧାବାଲିରେ ଭକ୍ତର ଶରଧା

ଶରଧାବାଲିକୁ ନେଇ ଭକ୍ତକବି ବନମାଳି ଦାସ ଦିନେ ଗାଇଥିଲେ, ‘‘ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ।, ଧନ ମାଗୁନାହିଁ, ଜନ ମାଗୁନାହିଁ ମାଗୁଛି ଶରଧା ବାଲିରୁ ହାତେ...। ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସିଲେ ଏହି ଶରଧା ବାଲିରେ ରଥ ଅଟକିଥାଏ । ମହାପ୍ରଭୁ ଏହି ଶରଧା ବାଲିରେ ପହଣ୍ଡି ହୋଇ ଆଡ଼ପ ମଣ୍ଡପକୁ ବିଜେ କରନ୍ତି । ମହାପ୍ରଭୁ ଏହି ବାଲିରେ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ହେତୁ ଉକ୍ତ ଅଞ୍ଚଳରୁ ବାଲି ଅତି ପୂତ, ପବିତ୍ର ।


ତେବେ ଶରଧାବାଲି ନାମ କରଣ ନେଇ ରହିଛି ଏକ ଇତିହାସ। ପୂର୍ବ କାଳରେ ରଥଯାତ୍ରା ଯାତ୍ରା ସମୟରେ 6 ଟି ରଥ ହେଉଥିଲା । କାରଣ ବଡ଼ ଦାଣ୍ଡର ବଡ଼ ଶଙ୍ଖ ନିକଟରେ ଏକ ନଦୀ ଯାହାର ନାମ ମାଳିନୀ ପ୍ରଭାବିତ ହେଉଥିଲା। ଏଣୁ ତିନି ରଥକୁ ସେଠାରେ ରଖାଯାଇ ମହାପ୍ରଭୁଙ୍କୁ ଡଙ୍ଗାରେ ନିଆଯାଇ ପୁଣି ତିନିଟି 4 ଚକିଆ ଶଗଡି ଭଳି ପାଟେଣା ରଥରେ ଶ୍ରୀଗୁଣ୍ଡିଚା ଘରକୁ ମହାପ୍ରଭୁ ବିଜେ କରୁଥିଲେ। ତେବେ ଏହି ଅସୁବିଧାକୁ ଦୂର କାରିବାକୁ ମାଳିନୀ ନଦୀକୁ ବାଲି ପୋତି ଦିଆଯାଇ ଥିଲା। ଫଳରେ ପରବର୍ତ୍ତୀ ସମୟରେ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇ ଆସୁଛି । ଉକ୍ତ ସମୟରେ ରାଣୀ ଥିବା ଶ୍ରଦ୍ଧାରାଣୀ ପାଟମହାଦେଈ ଏହି କାର୍ଯ୍ୟ କରୁଥିବା ହେତୁ ଉକ୍ତ ଅଞ୍ଚଳକୁ ତାଙ୍କରି ସ୍ମୃତିରେ ଶରଧାବାଲି ରଖାଯାଇ ଥିବା ଇତିହାସରୁ ଜଣାଯାଏ।


ଶ୍ରୀଗୁଣ୍ଡିଚା ମନ୍ଦିର ମହାପ୍ରଭୁ ଶ୍ରୀଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ଆବିର୍ଭାବ ସ୍ଥାନ। ବର୍ଷକ ଥରେ ରଥଯାତ୍ରାରେ ମହାପ୍ରଭୁ ନିଜ ଜନ୍ମସ୍ଥାନକୁ ନବ ଦିନାତ୍ମକ ଯାତ୍ରାରେ ଯାଆନ୍ତି। ଆଉ ପ୍ରତ୍ୟେକ ଭକ୍ତ ଶରଧା ବାଲିକୁ ମୁଣ୍ଡରେ ମାରି , ଦେହରେ ବୋଳି ହୋଇ ମହାପ୍ରଭୁଙ୍କୁ ସ୍ମରଣ କରିଥାନ୍ତି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ


Last Updated : Jun 19, 2020, 8:23 AM IST

ABOUT THE AUTHOR

...view details