ପୁରୀ: ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିରରେ ଆଡମ୍ବରପୂର୍ଣ୍ଣ ମଣ୍ଡପ । ଏହାକୁ ଯଜ୍ଞବେଦୀ ବା ଜନ୍ମବେଦୀ ବୋଲି କୁହାଯାଏ, ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଛ ମହାପ୍ରଭୁ ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିରରେ ଯେଉଁ ମଣ୍ଡପରେ ବିଜେ କରନ୍ତି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ୟେଉଁ ଅନ୍ନରନ୍ଧା ହୋଇ ଠାକୁରମାନଙ୍କୁ ଭୋଗ ଲାଗିହୁଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୋଗ କରାଯାଉଥିବା ଅବଢାକୁ ଆଡପ ଅବଢା କୁହାଯାଏ ।
ଶ୍ରୀମନ୍ଦିରରେ ମହାପ୍ରସାଦ ଭଳି ଏଠି ମଧ୍ୟ ଅବଢ଼ା ବଡ଼ ଅନନ୍ଦରେ ଭକ୍ତ ମାନେ ପ୍ରସାଦ ଭାବେ ସେବନ କରିଥାନ୍ତି । ସେହିପରି ଏହି ଆଡ଼ପ ଅବଢ଼ାକୁ ବ୍ରହ୍ମଣମାନଙ୍କୁ ଭୋଜନ ପାଇଁ ଦିଆଯାଏ । ଏହା ଦ୍ବାରା ପିତୃ ପୁରୁଷ ମାନେ ପରମ ତୃପ୍ତି ଲାଭ ସହ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଦର୍ଶନାର୍ଥୀ ତଥା ଭକ୍ତ ସେଠାରେ ସମବେତ ହେବାପୂର୍ବରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ବ୍ରତ ରଖିଥାନ୍ତି । ଶ୍ରୀମନ୍ଦିର ମା' ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ପତ୍ନୀ କର୍ତ୍ତବ୍ୟ ଭାବେ ରୋଷେଇ କରି ମହାପ୍ରସାଦ ଦିଆନ୍ତି । କିନ୍ତୁ ଗୁଣ୍ଡିଚା ମନ୍ଦିରରେ ରାଣୀ ଗୁଣ୍ଡିଚା ମା' ରୂପେ ମହାପ୍ରଭୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ବୋଲି କୁହାଯାଏ। ମା' ହାତର ରନ୍ଧା ଖାଦ୍ୟ ଖାଇ ମହାପ୍ରଭୁ ପରମ ତୃପ୍ତି ପାଇଥାନ୍ତି । ଏଣୁ ଭକ୍ତ ମାନେ ଆନନ୍ଦ ମନରେ ଆଡ଼ପ ଅବଢ଼ା ସେବନ କରନ୍ତି ।
ଏହାସହ ଅବଢା ଖୁଆଖୁଇ ହୋଇ ବଉଳ, ମକର ସଙ୍ଗାତ ବସିବା ବଳି ଅବଢା ବସିବା ପ୍ରସଙ୍ଗ ମଧ୍ୟ ରହିଛି । ଆଡପ ଅବଢା ରନ୍ଧନ ପାଇଁ ସ୍ବତନ୍ତ୍ର ରୋଷଶାଳା ମଧ୍ୟ ଗୁଣ୍ଡିଚା ଘରେ ରହିଛି । ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧନ ପାଇଁ ଯେଉଁଭଳି ଭାବରେ ଗଙ୍ଗା, ଯମୁନା କୂପ ରହିଛି ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ କୂପ ଜଳରେ ଆଡପ ଅବଢା ରନ୍ଧନ ହୋଇଥାଏ । ଫଳରେ ଏହାର ସ୍ବାଦ ଅପୂର୍ବ, ଓ ଦିବ୍ୟ ହୋଇଥାଏ ।