ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରାରେ ବନ୍ଦ ସାଧାରଣ ଦର୍ଶନ - ସର୍ବସାଧାରଣ ଦର୍ଶନ

ଆସିଲା ଶ୍ରୀମନ୍ଦିର ପାଇଁ ନୂଆ SOP । ଦଶହରାରେ ସାଧାରଣ ଦର୍ଶନକୁ କରାଯାଇଛି ବନ୍ଦ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରା ପାଇଁ ବନ୍ଦ ସାଧାରଣ ଦର୍ଶନ
ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରା ପାଇଁ ବନ୍ଦ ସାଧାରଣ ଦର୍ଶନ

By

Published : Oct 14, 2021, 3:14 PM IST

ପୁରୀ:ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି । ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକରେ ଅନୁମୋଦିତ SOP ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଆସନ୍ତାକାଲି(ଶୁକ୍ରବାର)ଠାରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ଗାଇଡଲାଇନ । ପବିତ୍ର ଦଶହରା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଏଥିରେ ନିର୍ଦ୍ଦେଶ ରହିଛି ।

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରା ପାଇଁ ବନ୍ଦ ସାଧାରଣ ଦର୍ଶନ

ସେହିପରି ଶନିବାର ଗୋଷାଣି ଭସାଣି ଯାତ୍ରା ପାଇଁ ଦିନ ୧୨ଟାରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବରରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ରବିବାର ଶ୍ରୀମନ୍ଦିରକୁ ବିଶୋଧନ କରାଯିବ । କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର । ନଭେମ୍ବର ୪, ୧୫ ଓ ୧୯ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର । ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।

ତେବେ ଅନ୍ୟଦିନ ମାନଙ୍କରେ ପୂର୍ବଭଳି ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ପ୍ରବେଶ ନେଇ ପୂର୍ଵ ଭଳି ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ପ୍ରମାଣ ପତ୍ର ବାଧ୍ୟତାମୂଳକ କିମ୍ବା ଡବଲ ଡୋଜ୍ ଟୀକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ । କୋଭିଡ୍ ପାଇଁ ପୂର୍ବରୁ ଜାରି ହୋଇଥିବା ନିୟମ ବଳବତ୍ତର ରହିବ । ଭକ୍ତମାନେ ଫୁଲ, ଭୋଗ ଓ ଦୀପ ଶ୍ରୀମନ୍ଦିରକୁ ନେଇପାରିବେ ।

ସେହିପରି ଆନନ୍ଦ ବଜାରରେ ମହାପ୍ରସାଦ ସେବନ ମଧ୍ୟ କରି ପାରିବେ । ତେବେ ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି । ନିୟମ ଉଲ୍ଲଘଂନ କଲେ ୧୦୦ ଟଙ୍କା ଫାଇନ ଲାଗିବ। ସେହିପରି ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍‌ଖା ଖାଇବା ଉପରେ କଟକଣା ଦଲବତ୍ତର ରହିଛି । ଏହି ନୀୟମ ଉଲ୍ଲଘଂନ କଲେ ୫୦୦ ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details