ଓଡିଶା

odisha

ETV Bharat / city

ରାତି ପାହିଲେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ସକାଳ 9ରୁ ସର୍ବସାଧାରଣ ଦର୍ଶନ

ରାତି ପାହିଲେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ଏବଂ ଜୁନ ୩୦ ରେ ଉଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ । ଅଧିକ ପଢନ୍ତୁ

By

Published : Jun 28, 2022, 6:51 PM IST

ରାତି ପାହିଲେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ସକାଳ 9 ରୁ ସର୍ବସାଧାରଣ ଦର୍ଶନ
ରାତି ପାହିଲେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ସକାଳ 9 ରୁ ସର୍ବସାଧାରଣ ଦର୍ଶନ

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ଏବଂ ଜୁନ ୩୦ ରେ ଉଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ । ନେତ୍ରୋତ୍ସବ ଦିନ ସକାଳ 9 ଟା ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ । ସକାଳ 8 ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି ସମୟ । ଏହାପରେ ସକାଳ 9 ଟାରୁ 10.30 ଯାଏଁ ସର୍ବସାଧାରଣ ଦର୍ଶନ ସମୟ ରହିଛି ।

ବିଶେଷ ନୀତି ସକାଶେ ସକାଳ 10ଟା 30ରୁ ଅପରାହ୍ନ 2 ଟା, ଅପରାହ୍ନ 3 ଟାରୁ ସନ୍ଧ୍ୟା 6 ଟା ଯାଏଁ, ସନ୍ଧ୍ୟା 6.30ରୁ ରାତି 9ଟା ଯାଏଁ ଏବଂ ରାତି 10ଟା 30ରୁ 11ଟା 30 ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ଅପରାହ୍ନ 2 ଟାରୁ 3 ଟା ଯାଏଁ ଏକ ଘଣ୍ଟା, ସନ୍ଧ୍ୟା 6 ଟାରୁ 6.30 ଯାଏଁ, ରାତ୍ର 2ଟାରୁ 10ଟା 30 ଯାଏଁ ଏବଂ ରାତିରେ 11ଟା 30ରୁ 12ଟା 30 ଯାଏଁ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ।

ସେହିପରି ଗୁରୁବାର ଉଭାଯାତ୍ରା ଦିନ ସକାଳ 4 ଟାରୁ ସକାଳ 6.30 ଯାଏଁ, ମଧ୍ୟାହ୍ନ 12ଟା 30ରୁ ଅପରାହ୍ନ 1ଟା 30 ଯାଏଁ ଏବଂ ଅପରାହ୍ନ 3ଟା 30ରୁ ସନ୍ଧ୍ୟା 5ଟା ଯାଏଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ କରିପାରିବେ ଭକ୍ତ । ସେହିପରି ସକାଳ 6.30ରୁଦିନ ପ୍ରାୟ 12ଟା 30 ଯାଏଁ ଏବଂ ଅପରାହ୍ନ 1ଟା 30ରୁ 3ଟା 30 ଯାଏଁ ଦର୍ଶନ ବନ୍ଦ ରହିବ ।

ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ସକାଶେ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା 5 ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ତାରିଖନୀତିଦର୍ଶନ ସମୟବିଶେଷ ନୀତି ପାଇଁ ଦର୍ଶନ ବନ୍ଦ
୨୯ ଜୁନନବଯୌବନ ଦର୍ଶନସକାଳ ୯ ରୁ ୧୦.୩୦ସକାଳ ୧.୩୦ ରୁ ଅପରାହ୍ନ ୨, ଅପରାହ୍ନ ୩ ରୁ ସନ୍ଧ୍ୟା ୬, ସନ୍ଧ୍ୟା ୬.୩୦ ରୁ ରାତି ୯ ଏବଂ ୧୦.୩୦ ରୁ ୧୧.୩୦
୩୦ ଜୁନ ଉଭାଯାତ୍ରା ସକାଳ 4 ରୁ ୬.୩୦, ମଧ୍ୟାହ୍ନ ୧୨.୩୦ ରୁ ଅପରାହ୍ନ ୧.୩୦ ଏବଂ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫ ସନ୍ଧ୍ୟା ୫ ପରେ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details