ଓଡିଶା

odisha

ETV Bharat / city

ପୁରୀ ପାଇଁ ଖୁସିଖବର, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏଣିକି ନିଜ ମାଟିରେ ଡାକ୍ତର ହେବା ସ୍ବପ୍ନ ପୂରଣ କରିବେ ଆଶାୟୀ । କାରଣ ସୋମବାର ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କଲେ CM
ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କଲେ CM

By

Published : Apr 11, 2022, 6:07 PM IST

Updated : Apr 11, 2022, 7:56 PM IST

ପୁରୀ: ଏଣିକି ନିଜ ମାଟିରେ ଡାକ୍ତର ହେବା ସ୍ବପ୍ନ ପୂରଣ କରିବେ ଆଶାୟୀ ଛାତ୍ରଛାତ୍ରୀ । କାରଣ ସୋମବାର ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ ହୋଇଯାଇଛି । ମେଡିକାଲ କଲେଜକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ବାଲିଗୁଆଳିରେ ୫୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିର୍ମିତ ହୋଇଛି ।

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ୨୦୨୧-୨୦୨୨ ବର୍ଷର MBBS ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ବ୍ୟାଚରେ ୩୦ ଜଣ ଛାତ୍ରୀ ରହିଥିବା ବେଳେ ୭୦ ଜଣ ଛାତ୍ର ରହିଛନ୍ତି । ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଭର୍ଚ୍ଚୁଆଲରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଡାକ୍ତର ହେବା ପରେ ଲୋକଙ୍କ ସେବା କରିବାକୁ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଓଡ଼ିଶା ସରକାରଙ୍କ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡ଼ିକାଲ କଲେଜରେ 15 ପ୍ରତିଶତ ସଂରକ୍ଷଣ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ ଛାତ୍ରଛାତ୍ରୀଙ୍କ ପାଇଁ ୫ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମିତ ହୋଇଛି । ଛାତ୍ରଛାତ୍ରୀଙ୍କ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି କ୍ୟାଣ୍ଟିନ ସମେତ, କ୍ଲାସରୁମ, ପ୍ରଶାସନିକ ଭବନ ଓ ଲ୍ୟାବ ନିର୍ମାଣ ହୋଇଛି । ମେଡିକାଲ କଲେଜରେ ଏବେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି । ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାକୁ ଯୋଗ ଦେଇସାରିଲେଣି । ବର୍ତ୍ତମାନ ପରିପ୍ରେକ୍ଷୀରେ କଲେଜ ସାମୟିକ ଭାବେ ପୁରୀ ଡାକ୍ତରଖାନାରେ ଚାଲିଛି । ଆଗାମୀ ଦିନରେ ଏହି ମେଡିକାଲ କଲେଜରେ ୬୫୦ ଶଯ୍ୟା ବ୍ୟବସ୍ଥା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2022, 7:56 PM IST

For All Latest Updates

TAGGED:

ABOUT THE AUTHOR

...view details