ଓଡିଶା

odisha

ETV Bharat / city

ନାଗାର୍ଜୁନ ବେଶ ସାମଗ୍ରୀ ଗାୟବ ଘଟଣାରେ ଥାନାରେ ଏତଲା

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରୁ ସୂର୍ଯ୍ୟ ଚନ୍ଦ୍ର ଗାୟବ । ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରାଯାଇଛି । ଚଳିତ ବର୍ଷ ନାଗାର୍ଜୁନ ବେଶ ପରେ ଏହି ସାମଗ୍ରୀ ସଂଗ୍ରହାଳୟରେ ରଖିବା ପାଇଁ ଶ୍ରୀମନ୍ଦିର ପରିଚଳନା କମିଟିରେ ନିଷ୍ପତ୍ତି ହୋଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

Nagarjuna vesa's Material   is missing, The case was reported to the police
Nagarjuna vesa's Material is missing, The case was reported to the police

By

Published : Nov 30, 2020, 10:50 AM IST

ପୁରୀ: ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରୁ ସୂର୍ଯ୍ୟ ଚନ୍ଦ୍ର ଗାୟବ । ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରାଯାଇଛି । ଦୋଷୀ ସେବାୟତଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଅଭିଯୋଗରେ କୁହାଯାଇଛି ।

ନଗାର୍ଜୁନ ବେଶ ସାମଗ୍ରୀ ଗାୟବ ଘଟଣାରେ ଥାନାରେ ଏତଲା

ନାଗାର୍ଜୁନ ବେଶ ପରେ ଚନ୍ଦ୍ର ସୂର୍ଯ୍ୟ ଗାୟବ ହୋଇ ଥିବା ଜଣାପଡିଥିଲା । ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଏହି ସାମଗ୍ରୀ ନେଇ ଶ୍ରୀମନ୍ଦିରରୁ ବାହାରକୁ ଆସୁଥିବାବେଳେ ଗଣମାଧ୍ୟମ ଆଗରେ ଧରା ପଡ଼ିଥିଲେ। ତେବେ ଜଣେ ବରିଷ୍ଠ ସେବାୟତ ନିର୍ଦ୍ଦେଶରେ ସେ ଏହି କାର୍ଯ୍ୟ କରିଥିବା ସେ ସ୍ବୀକାର କରିଥିଲେ । ତେବେ କାହା ଅବହେଳାରୁ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଦାବି କରିଛି ସଚେତନ ନାଗରିକ ମଞ୍ଚ । ଚଳିତ ବର୍ଷ ନାଗାର୍ଜୁନ ବେଶ ପରେ ଏହି ସାମଗ୍ରୀ ସଂଗ୍ରହାଳୟରେ ରଖିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା ।

ତେବେ ଏହି ନିଷ୍ପତ୍ତି ପରେ କିଭଳି ମହାପ୍ରଭୁଙ୍କ ବେଶ ସାମଗ୍ରୀ ଗାୟବ ହେଲା ତାକୁ ନେଇ ପ୍ରଶ୍ନ ଉଠି ଥିବା ବେଳେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ସଚେତନ ନାଗରିକ ମଞ୍ଚର ଉପସଭାପତି ଲଲାଟେନ୍ଦୁ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏହି ସମ୍ପର୍କରେ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details