ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପ୍ରସ୍ତୁତି ପାଇଁ ବୈଠକ - ପୁରୀ ମହାପ୍ରଭୁଙ୍କ ନଗାର୍ଜୁନ ବେଶ

ମହାପ୍ରଭୁଙ୍କ ନଗାର୍ଜୁନ ବେଶ ପ୍ରସ୍ତୁତି ପାଇଁ ବୈଠକ । ନଭେମ୍ବର 27 ତାରିଖରେ ବେଶ ନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ସେ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପ୍ରସ୍ତୁତି ପାଇଁ ବୈଠକ
ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପ୍ରସ୍ତୁତି ପାଇଁ ବୈଠକ

By

Published : Nov 12, 2020, 4:44 AM IST

ପୁରୀ:ନଭେମ୍ବର 27 ତାରିଖରେ ମହାପ୍ରଭୁଙ୍କ ନଗାର୍ଜୁନ ବେଶ । ତେବେ ମାତ୍ର ଅଳ୍ପ ଦିନ ଥିବାରୁ ବେଶ ନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପ୍ରସ୍ତୁତି ପାଇଁ ବୈଠକ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଥିବା ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଅଧ୍ୟକ୍ଷତାରେ କରିଥିଲା । ଏଥିରେ ବେଶ ଯୋଗାଉ ଥିବା ସେବାୟତ,ବେଶ ନିର୍ମାଣ କରୁଥିବା କାରିଗରଙ୍କ ସମେତ ଏହି ବେଶ କରିବାକୁ ଥିବା ବିଭିନ୍ନ ସେବାୟତ ଏବଂ ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ବେଶ ନିର୍ମାଣ କାର୍ଯ୍ୟ ସଠିକ ବାଟରେ ଆଗେଇ ଚାଲିଛି । 40 ପ୍ରତିଶତ ବେଶ ନିର୍ମାଣ ଶେଷ ହୋଇଛି । ତେବେ ବେଶ ହେବାର ପୂର୍ଵ ଦିନ ଅର୍ଥାତ ନଭେମ୍ବର 26 ତାରିଖ ରାତ୍ର 12 ଟା ରେ ପହୁଡ଼ ପଡିବ । ରାତ୍ର 2 ଟା ଦ୍ବାର ଫିଟା ପରେ ବେଶ ସାମଗ୍ରୀ ଅଣାଯାଇ ଜଗମୋହନରେ ରଖାଯିବ। ଭୋର 4 ଟାରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବେଶ ଆରମ୍ଭ ହେବ । ଏହା ସକାଳ 7 ଟା ଯାଏ ଚାଲିବ। ବେଶ ଉଲାଗି ଭୋଗ ମଣ୍ଡପ ଶେଷ ପରେ ପାଖାପାଖି ଦିନ 2 ଟା ବେଳକୁ ହେବ। ବେଶ ଉଲାଗି ପରେ ବେଶଦାତା ସେବାୟତଙ୍କୁ ବେଶ ସାମଗ୍ରୀ ଫେରାଇ ଦିଆଯିବ। ତେବେ କୋଭିଡ କଟକଣା ହେତୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ତେବେ ଉକ୍ତ ଦିନ ଶ୍ରୀମନ୍ଦିର ନିକଟରେ ଭକ୍ତ ଭିଡ଼ ନ ହେବା ପାଇଁ 144 ଧାରା ଜାରି ହେବ କି ପ୍ରଶ୍ନ ର ଉତ୍ତର ରଖିଥିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ଏ ନେଇ ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି କହିଛନ୍ତି ।

ତେବେ ଦୀପାବଳି ଦିନ ଶ୍ରୀମନ୍ଦିର ରେ ଯଥା ରୀତି ମହାପ୍ରଭୁଙ୍କ ନୀତି ହେବ। ଅନ୍ୟପଟେ ଏଥର ପତିତପାବନ ଙ୍କ ନଗାର୍ଜୁନ ବେଶ ନେଇ କୌଣସି ଆଲୋଚନା ହୋଇ ନ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। ତେବେ ବେଶ କୁ ଶ୍ରୀମନ୍ଦିର ଅଣାଯିବା ପୂର୍ବରୁ ହର ଚଣ୍ଡୀ ସାହି ଚକ୍ରକୋଟ ରି ଶ୍ରୀମନ୍ଦିର ଯାଏ ସଫେଇ ହେବ। ଚୂନ ପାଣି ପକାଯିବ। ଘଣ୍ଟ ଘଣ୍ଟା , କାହାଳି , ଛତ୍ର ଶ୍ରୀମନ୍ଦିରରୁ ନିଆଯାଇ ସେବକଙ୍କ ଘରୁ ନଗାର୍ଜୁନ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଅଣାଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details