ଓଡିଶା

odisha

ETV Bharat / city

ଶ୍ରୀକ୍ଷେତ୍ରରେ ୨ୟ ସାଲବେଗ, ଭକ୍ତଙ୍କ ଗହଣରେ ରଥଯାତ୍ରା ଲାଗି ମହାପ୍ରଭୁଙ୍କୁ କଲେ ଗୁହାରି

ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ୨ୟ ସାଲବେଗ ଅଫତାବ ହୁସେନ । ଭକ୍ତଙ୍କ ଗହଣରେ ରଥଯାତ୍ରା ଲାଗି ମହାପ୍ରଭୁଙ୍କୁ କଲେ ଗୁହାରି କରିଛନ୍ତି । ୨୦୧୯ରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେବା ପରେ ସେ ମୁସଲିମ ଧର୍ମାବଲମ୍ବୀ ହୋଇ ପିଟିସନ ଦାଖଲ କରି ଚର୍ଚ୍ଚାକୁ ଆସିଥିଲେ । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରରେ ୨ୟ ସାଲବେଗ, ଭକ୍ତଙ୍କ ଗହଣରେ ରଥଯାତ୍ରା ଲାଗି ମହାପ୍ରଭୁଙ୍କୁ କଲେ ଗୁହାରି
ଶ୍ରୀକ୍ଷେତ୍ରରେ ୨ୟ ସାଲବେଗ, ଭକ୍ତଙ୍କ ଗହଣରେ ରଥଯାତ୍ରା ଲାଗି ମହାପ୍ରଭୁଙ୍କୁ କଲେ ଗୁହାରି

By

Published : May 22, 2022, 7:42 PM IST

ପୁରୀ: 2019 ଲକଡାଉନରେ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ଜଣେ ମୁସଲିମ ଯୁବକ ଅଫତାଵ ହୁସେନ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହାପରେ ସେ ଦ୍ବିତୀୟ ସାଲବେଗ ଭାବେ ପରିଚିତ ହୋଇଥିଲେ । ଆଜି ଅଫତାବ ଶ୍ରୀକ୍ଷେତ୍ର ଗସ୍ତ କରି ନିଜର ମନକଥାକୁ ମହାପ୍ରଭୁଙ୍କୁ ଜଣାଇଛନ୍ତି । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବା ଲାଗି ସେ ମହାପ୍ରଭୁଙ୍କ ନିକଟରେ ଗୁହାରି କରିଛନ୍ତି ।

ଶ୍ରୀକ୍ଷେତ୍ରରେ ୨ୟ ସାଲବେଗ, ଭକ୍ତଙ୍କ ଗହଣରେ ରଥଯାତ୍ରା ଲାଗି ମହାପ୍ରଭୁଙ୍କୁ କଲେ ଗୁହାରି

ଆଜି ଶ୍ରୀକ୍ଷେତ୍ରରେ ପଵିତ୍ର ଭଉଁରୀ ଅଵସରରେ ପୁରୀ ଆସିଥିଲେ ଅଫତାଵ ହୁସେନ । ସେ ମହାପ୍ରଭୁଙ୍କ ରଥ ଚକ ଡେରା ନୀତି ଦେଖି ବେଶ ଭାବବିହ୍ଵଳ ହୋଇ ପଡ଼ିଥିଲେ । ଗତ ୨ ବର୍ଷ କୋଭିଡ଼ କଟକଣା ହେତୁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ତେବେ ଚଳିତ ବର୍ଷ କୋଭିଡ଼ ସ୍ଥିତି ସୁଧୁରୁ ଥିବା ବେଳେ ଭକ୍ତଙ୍କ ଗହଣରେ ଏଥର ରଥଯାତ୍ରା ହେଉ ବୋଲି ମହାପ୍ରଭୁଙ୍କୁ ଜଣାଇଛନ୍ତି ଅଫତାଵ । ସେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରାରେ ପୁରୀ ଆସିବାକୁ ବ୍ୟାକୁଳ ଥିବା କହିଛନ୍ତି ।

ତେବେ ସେ ଜଣେ ମୁସଲିମ ହୋଇ ମଧ୍ୟ ହିନ୍ଦୁଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରେମ ଓ ଭକ୍ତିରେ ପଡିବା ନେଇ ଅନେକ ତାଙ୍କୁ ପ୍ରଶ୍ନ କରନ୍ତି । ସେପଟେ ଅଫତାବ ଏହି ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଓ ସରଳ ଭାବେ ଦେଇଛନ୍ତି । ସେ କହିଛନ୍ତି ଭଗବାନ ସମସ୍ତଙ୍କର ଓ ସେ ସବୁଠି ବିଦ୍ୟମାନ। ତାଙ୍କୁ ହୃଦୟରେ ସ୍ଥାନ ଦେଇ ସ୍ମରଣ କଲେ ଭଗବାନ ଭକ୍ତର କଥା ଶୁଣିଥାନ୍ତି । ଭଗବାନ କୌଣସି ଚାରି କାନ୍ଥରେ ଆବଦ୍ଧ ନୁହନ୍ତି। ସେହିପରି ଓଡିଶାରେ ଜନ୍ମ ହୋଇ ଓଡ଼ିଆ ହିସାବରେ ଯଦି ଆମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଗର୍ବ ନ କରିବା ତାହା ଏକ ନୀଚ ମାନସିକତା ହେବ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାରା ବିଶ୍ବର ଦେବତା । ତାଙ୍କର ଭକ୍ତି, ପୂଜା ପାଇଁ କୌଣସି ଜାତି, ଧର୍ମ, ବର୍ଣ୍ଣର ସ୍ଥାନ ନାହିଁ । ସେ ପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଆନ୍ତି ଓ ଓଡ଼ିଆ ହିସାବରେ ଗର୍ବ କରନ୍ତି ବୋଲି କହିଛନ୍ତି ଅଫତାଵ ହୁସେନ । ସତରେ ମହାପ୍ରଭୁଙ୍କ ମହିମା ଅପାର । ଆଜି ଅଫତାଵ ପୁଣି ମହାପ୍ରଭୁଙ୍କ ପରମ ଭକ୍ତ ସାଲବେଗଙ୍କ କଥା ସମସ୍ତଙ୍କୁ ସ୍ମରଣ କରାଇଛନ୍ତି । ସୂଚନା ଥାଉ କି ୨୦୧୯ ଲକଡାଉନରେ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ରୋକ ନିଷ୍ପତ୍ତିକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ ।

କିନ୍ତୁ ମହାପ୍ରଭୁଙ୍କ ଚମତ୍କାରିତାକୁ ନେଇ ସାରା ବିଶ୍ବକୁ ସ୍ତମ୍ଭୀଭୂତ କରିଥିଲା । ରଥଯାତ୍ରା ହେଉ ବୋଲି ଜଣେ ମୁସଲିମ ଯୁବକ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ମହାପ୍ରଭୁଙ୍କ ରଥଯାତ୍ରା ଅନୁମତି ଦେବା ନେଇ ସୁପ୍ରିମକୋର୍ଟରେ ଜଣେ ମୁସଲମାନ ଯୁବକ ଆବେଦନ କରିବା ଓ ପରେ ରଥଯାତ୍ରା ଆୟୋଜନ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ବେଶ ଚର୍ଚ୍ଚାର ବିଷୟ ହୋଇ ଥିଲା । ତେବେ ସେହି ମୁସଲିମ ଯୁବକ ନୟାଗଡ଼ ଇଟାମାଟିର ଅଫତାବ ହୁସେନ ଥିଲେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details