ଓଡିଶା

odisha

ETV Bharat / city

ସିଏମ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ଦାନ କଲା ଛତୁ ଚାଷୀ ମହାସଂଘ - puri news

ପୁରୀ ଜିଲ୍ଲା ଛତୁ ଚାଷୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 1 ଲକ୍ଷ ଟଙ୍କା ଦାନ କରାଯାଇଛି । କୋଭିଡ ପରିଚାଳନାରେ ଏହି ଅର୍ଥ ବିନିଯୋଗ ଉଦ୍ଦେଶ୍ୟରେ ଦିଆଯାଇଛି । ଅଧିକ ପଢନ୍ତୁ...

ସିଏମ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ଦାନ କଲା ଛତୁ ଚାଷୀ ମହାସଂଘ
ସିଏମ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ଦାନ କଲା ଛତୁ ଚାଷୀ ମହାସଂଘ

By

Published : Oct 3, 2020, 7:28 PM IST

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ଦାନ କରାଯାଇଛି । ପୁରୀ ଜିଲ୍ଲା ଛତୁ ଚାଷୀ ମହାସଂଘ ପକ୍ଷରୁ ଏହି ଅର୍ଥରାଶି ଦିଆଯାଇଛି । ସଂଘର କର୍ମକର୍ତ୍ତାମାନେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଡିଏମଙ୍କୁ ଏହି ଅର୍ଥରାଶି ଦେଇଛନ୍ତି ।

ସିଏମ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ଦାନ କଲା ଛତୁ ଚାଷୀ ମହାସଂଘ

କୋଭିଡ ପରିଚାଳନାରେ ଏହି ଅର୍ଥ ବିନିଯୋଗ ଉଦ୍ଦେଶ୍ୟରେ 1 ଲକ୍ଷ ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି । ସଂଘ କହିଛି ଯେ ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ବିପୁଳ ଅର୍ଥ ବିନିଯୋଗ କରୁଛନ୍ତି । ଏହି ସମୟରେ ପ୍ରତ୍ୟେକ ଅନୁଷ୍ଠାନ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ଉଚିତ । ସମସ୍ତେ ଆଗେଇ ଆସି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ରାଶି ପ୍ରଦାନ କରିବାକୁ ଓଡିଶା ଛତୁ ଚାଷୀ ମହାସଂଘ ଆହ୍ୱାନ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details