ପୁରୀ:୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଛି । ବଜେଟରେ ବିଭିନ୍ନ ଯାନୀଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ସଂକ୍ରାନ୍ତରେ ଖର୍ଚ୍ଚ ସାମିଲ ରହିଛି । ଏହାସହ ହୁଣ୍ଡିରୁ ଆମଦାନୀ ବିଭିନ୍ନ କର୍ପସ ଫଣ୍ଡର ସୁଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶିର ଆୟ ମଧ୍ୟ ରହିଛି । ବୈଠକରେ ସେବାୟତ କଲ୍ୟାଣ ଦିଗରେ ଆଲୋଚନା କରାଯାଇଥିବା ବେଳେ ଗୁରୁକୁଳ ପ୍ରତିଷ୍ଠା ନେଇ ଭୂମିପୁତ୍ର ଫାଉଣ୍ଡେସନ ସହ ଖୁବଶୀଘ୍ର MOU ସ୍ବାକ୍ଷର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ସେବାୟତ ଗୁରୁକୁଳ ପାଇଁ MOU ଅନୁଧ୍ୟାନ ସରିଥିବା ବେଳେ ସେବାୟତଙ୍କ ବାସଗୃହ ଯୋଜନା ପାଇଁ ସ୍ଥାନ ନିରୂପଣ ଚାଲିଛି । ହରଚଣ୍ଡୀ ସାହି ଓ ଦକ୍ଷିଣକାଳୀ ସାହି ମୌଜାରେ ଜମି ଚି଼ହ୍ନଟ କରାଯାଇଛି । ଖୁବଶୀଘ୍ର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି । ଗୁରୁକୁଳ ନିର୍ମାଣ ପାଇଁ ୬ କୋଟିର ଆର୍ଥିକ ଅନୁଦାନ ରହିଛି । ସେବାୟତ ଓ ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳ ଆଶ୍ରମ, ସ୍କୁଲ ନିର୍ମାଣ ଓ ଏ ସମ୍ପର୍କିତ MOU ଅନୁମୋଦନ ହୋଇଛି ।