ଓଡିଶା

odisha

ETV Bharat / city

ପୁରୀରେ ଅଧିକ ହେବ କୋଭିଡ ଟେଷ୍ଟିଂ ସେଣ୍ଟର: ଜିଲ୍ଲାପାଳ - samartha verma

ପୁରୀ ସହରରେ ଟିକାକରଣ ଓ କୋଭିଡ ଟେଷ୍ଟ ପାଇଁ ଉପୁଜୁଥିବା ସମସ୍ତ ସମସ୍ୟାକୁ ସମାଧାନ ନେଇ ଉଦ୍ୟମ ଜାରି ରହିଥିବା କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ପୁରୀରେ ଅଧିକ ହେବ କୋଭିଡ ଟେଷ୍ଟିଂ ସେଣ୍ଟର: ଜିଲ୍ଲାପାଳ
ପୁରୀରେ ଅଧିକ ହେବ କୋଭିଡ ଟେଷ୍ଟିଂ ସେଣ୍ଟର: ଜିଲ୍ଲାପାଳ

By

Published : May 10, 2021, 7:48 PM IST

ପୁରୀ: ସହରରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ ଲୋକମାନେ କୋଭିଡ ଟେଷ୍ଟ ପାଇଁ ଟେଷ୍ଟିଂ ସେଣ୍ଟର ଯାଉଛନ୍ତି। ତେବେ କମ କୋଭିଡ ଟେଷ୍ଟିଂ ସେଣ୍ଟର ଥିବାବେଳେ ବେଶ ଗହଳି ହେବା ସହ ଅଧିକ ସମୟ ମଧ୍ୟ ଲାଗୁଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଅଧିକ 3 ରୁ 4ଟି କୋଭିଡ ଟେଷ୍ଟ ସେଣ୍ଟର ଖୋଲାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

ପୁରୀରେ ଅଧିକ ହେବ କୋଭିଡ ଟେଷ୍ଟିଂ ସେଣ୍ଟର: ଜିଲ୍ଲାପାଳ

ସେହିପରି କୋଭିଡ ଟୀକାକରଣ କେନ୍ଦ୍ରରେ ଅହେତୁକ ଭିଡକୁ ନେଇ ମଧ୍ୟ ଜିଲ୍ଲାପାଳ ମତ ରଖିଛନ୍ତି। ଆସନ୍ତାକାଲି(ମଙ୍ଗଳବାର) ଠାରୁ ଟୀକାକରଣ କେନ୍ଦ୍ରରେ ସକାଳ 6 ଟାରୁ ଟୋକନ ଦିଆଯିବ। ଧାଡିରେ ଥିବା ଲୋକଙ୍କୁ ଟୋକନ ଦିଆଯିବ। ଧାର୍ଯ୍ୟ 2 ସହ ଲୋକଙ୍କୁ ଟୋକନ ଦିଆଯିବା ପରେ ଅନ୍ୟ ଲୋକଙ୍କୁ ଫେରାଇ ଦିଆଯିବ।

ଅନ୍ୟପଟେ, ଜିଲ୍ଲାପାଳ ସମର୍ଥ ବର୍ମା ନିଜେ କୋଭିଡ ହସ୍ପିଟାଲ ପରିଦର୍ଶନ କରି ରୋଗୀ ଓ ଡାକ୍ତରଙ୍କ ସମସ୍ୟା ସମାଧାନ ନେଇ ଉଦ୍ୟମ କରୁଥିବା କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details