ପୁରୀ: ମୋବାଇଲ ଲୁଟ ଅଭିଯୋଗରେ ପ୍ରେମୀ ଯୁଗଳ ଗିରଫ । ପୁରୀ ଟାଉନ ଥାନା ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିବାବେଳେ ସହରରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ପ୍ରେମୀ ଯୁଗଳ ଦୁଇ ଜଣ ଅଭିନବ ଉପାୟରେ ମୋବାଇଲ ଲୁଟ କରୁଥିଲେ ।
ଅଭିନବ ଉପାୟ ରେ ମୋବାଇଲ ଲୁଟ , ପ୍ରେମୀ ଯୁଗଳ ଗିରଫ ସୂଚନା ଅନୁଯାୟୀ ଗିରଫ ପ୍ରେମୀ ଯୁଗଳ ମୁଖ୍ୟତଃ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ମୋବାଇଲ ଲୁଟ କରୁଥିଲେ। ପ୍ରଥମେ ଛାତ୍ର ଛାତ୍ରୀଙ୍କ ଏକୁଟିଆର ସୁଯୋଗ ନେଇ ମହିଳା ଲୁଟେରା ଜଣକ ତାଙ୍କ ପାଖକୁ ଯାଉଥିଲା। ପରେ ସେ ଅସୁବିଧାରେ ଅଛି ଘର ଲୋକଙ୍କ ସହ କଥା ହେବା ପାଇଁ ଅନୁରୋଧ କରି ମୋବାଇଲ ନେଉଥିଲା। ମୋବାଇଲ ଦେଉଥିବା ପିଲା ମାନେ ଟିକେ ଅନ୍ୟ ମନସ୍କ ହେଲେ ସଂଗେ ସଂଗେ ପୂର୍ବରୁ ବାଇକ ନେଇ ପ୍ରସ୍ତୁତ ଥିବା ଯୁବତୀଙ୍କ ପୁରୁଷ ବନ୍ଧୁ ସଂଗେ ଯୁବତୀଙ୍କୁ ବସାଇ ମୋବାଇଲ ନେଇ ଫେରାର ହୋଇ ଯାଉଥିଲା ।
ତେବେ ଗତକାଲି ପୁରୀ ଗୋଖା ସାହିରେ ଏଭଳି ଅଭିନବ ଉପାୟରେ ମୋବାଇଲ ଲୁଟ ପରେ ପୋଲିସ ଅନୁସନ୍ଧାନ କରିଥିଲା । ତେବେ ପୁରୀର ମଶାଣି ଚଣ୍ଡୀ ଛକ ଦୁଇ ଜଣ ପ୍ରେମୀ ଯୁଗଳ ଲୁଟ ମୋବାବଲ ବିକ୍ରି କରୁଥିବା ପୋଲିସ ପାଖରେ ଖବର ପହଁଚି ଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଉଭୟ ପ୍ରେମୀ ଯୁଗଳ ଧରାଯିବା ସହ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଗିରଫ ଅଭିଯୁକ୍ତ ହେଲେ ପୁରୀ ମଙ୍ଗଳାଘାଟ ତ୍ରିଦେଵ ନଗରର ପୂର୍ଣଚନ୍ଦ୍ର ଷଡଙ୍ଗୀ ଓ ପିପିଲି ଡେଲଟା କଲୋନୀ ର ଲକ୍ଷ୍ମୀପ୍ରିୟା ବରାଳ । ତେବେ ପୋଲିସ ର ସୂଚନା ଅନୁଯାୟୀ କୌଣସି ବ୍ୟକ୍ତି ଅଜଣା ଲୋକଙ୍କୁ ନିଜର ମୋବାଇଲ ଫୋନ ଦେବା ଉଚିତ ନୁହେଁ। ଏ ନେଇ ସତର୍କତା ଅବଲମ୍ବନ କରାଯିବା ଦରକାର।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ