ପୁରୀ: ରାଜ୍ୟରେ କିଭଳି ଚାଲିଛି 'ମୋ ସରକାର' ଯୋଜନା,ସେ ନେଇ ଚାଲିଛି ସମୀକ୍ଷା । ବରିଷ୍ଠ ଆଇଏସ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୁଛନ୍ତି ତଦାରଖ । ଚିକିତ୍ସା ସୁବିଧା, ଭିତ୍ତିଭୂମି ଓ ରୋଗୀ ସେବା ନେଇ ସିଧାସଳଖ ଲୋକଙ୍କ ଠାରୁ ମତାମତ ନିଆଯାଉଛି । ଏହି କ୍ରମରେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ରୂପା ରୋଶନ ସାହୁ ଓ ରାଜ୍ୟ ମେଡିସିନ କର୍ପୋରେସନର ଏମଡି ଜାମିନୀ ଷଡଙ୍ଗୀ ପୁରୀ ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଦର୍ଶନ କରିଛନ୍ତି ।
ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗ ବୁଲି କିଭଳି ଚିକିତ୍ସା ଚାଲିଛି, ସେ ନେଇ ରୋଗୀଙ୍କ ଠାରୁ ମତାମତ ନେଇଛନ୍ତି । ସେହିପରି ନିରାମୟରେ ଔଷଧ ସଠିକ ଭାବେରେ ଦିଆଯାଉଛି କି ନାହିଁ ତାକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି ।