ପୁରୀ: ୨୦୨୪ ସଧାରଣ ନିର୍ବାଚନରେ କଣ ରହିବ ବିଜେପିର ରୋଡ ମ୍ୟାପ । ସେନେଇ ଏବେ ଠାରୁ ଦଳ ସୁଦୃଢ କରିବାକୁ ଆଣ୍ଟା ଭିଡିଲେଣି ବିଜେପି ନେତା ଓ କର୍ମୀ । ୧୨୦ ମିଶନ ପାଇଁ ଦଳ ପ୍ରସ୍ତୁତ ହେଲାଣି ଦଳ । ଏନେଇ ଆଜି ପୁରୀରେ ରାଜ୍ୟ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ଏହାକୁ ଉଦଘାନ କରିଥିଲେ । ଆଜିଠାରୁ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଜାରି ରହିବ । କେନ୍ଦ୍ରର ବହୁ ବରିଷ୍ଠ ନେତା ଏଥିରେ ଅଂଶ ଗ୍ରହଣ କରିବେ ।
ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର କହିଛନ୍ତି ଯେ, ''କେନ୍ଦ୍ର ସରକାରଙ୍କ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେହି ସବୁ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଶିବିରରେ ଆଲୋଚନା ହେବା । ଏଥି ସହ ୨୦୨୪ ନିର୍ବାଚନ ପାଇଁ ଦଳ କିଭଳି ରଣନୀତି ପ୍ରସ୍ତୁତ କରିବ ସେନେଇ ପ୍ରଶିକ୍ଷଣ ଶିବିରରେ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦିଆଯିବ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଫଳତା ପରେ ଦଳକୁ ପୁନଃ ସଜାଡି ମିଶନ ୧୨୦+ ଲକ୍ଷ୍ୟ ନେଇ ବିଜେପି ଖସଡ଼ା ପ୍ରସ୍ତୁତ କରୁଛି, ସେନେଇ ଆଲୋଚନା ହେବ । ଏଥିସହ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଯାକ କରିବା ସହ ହଡପ କରୁଛନ୍ତି । ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଓଡିଶାର ଅଭିବୃଦ୍ଧି ହେଉନି। ରାଜ୍ଯ ସରକାରଙ୍କର ଏହିସବୁ ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଓଡିଶାବାସୀଙ୍କ ପାଖରେ ବିଶ୍ୱାସ ଭାଜନ ହେବାକୁ ଦଳ ପ୍ରଚେଷ୍ଟା ଜାରି ରଖିବ । ବିଜେପିକୁ ରାଜ୍ଯରେ ସୁଦୃଢ଼ କରିବା ପାଇଁ ପୁରୀରେ ଆଜିଠାରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର ।"