ପୁରୀ: ନଦୀପଠାରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ତାଳଦା ପଞ୍ଚାୟତ ନୂଆପାଟଣା ଗାଁର ବିଜୟ ପରିଡା । ସେ ଗତ ୪ ଦିନ ହେବ ନିଖୋଜ ଥିଲେ ।
ନଦୀପଠାରୁ ଗଳିତ ମୃତଦେହ ଉଦ୍ଧାର, ୪ ଦିନ ହେଲା ନିଖୋଜ ଥିଲେ - ପୁରୀରେ ନଦୀପଠାରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
ନଦୀପଠାରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁରୀ ନୂଆପାଟଣା ଗାଁର ଘଟଣା । ଅଧିକ ପଢନ୍ତୁ
ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଛାନଭିନ ଆରମ୍ଭ
ତେବେ ଶନିବାର ଏଡବାଂଶ ଗାଁ ନିକଟରେ ଥିବା ନଦୀପଠାରେ ତାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ଗ୍ରାମବାସୀ । ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ବିଜୟଙ୍କ ନିଖୋଜ ନେଇ ପରିବାର ଲୋକେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ