ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ରୋଷଘରେ 40ରୁ ଊର୍ଦ୍ଧ୍ବ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ତଦନ୍ତ ଆରମ୍ଭ - ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ଶ୍ରୀମନ୍ଦିରର ରୋଷଘରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା । ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଚୁଲି ଭଙ୍ଗାଯାଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ରୋଷଘରେ 40ରୁ ଊର୍ଦ୍ଧ୍ବ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ
ଶ୍ରୀମନ୍ଦିରରେ ରୋଷଘରେ 40ରୁ ଊର୍ଦ୍ଧ୍ବ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

By

Published : Apr 3, 2022, 12:08 PM IST

Updated : Apr 3, 2022, 12:21 PM IST

ପୁରୀ:ଶ୍ରୀମନ୍ଦିରର ରୋଷଘରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା । ରୋଷଘରେ ପଶି ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଚୁଲିକୁ ଭାଙ୍ଗିଥିବା ଜଣାପଡିଛି । ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ପହୁଡ ନିତି ସମୟରେ ରୋଷଘର ଧୁଆପଖାଳ ହେବା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ଅନୁମାନ କରିଛି ।

ଶ୍ରୀମନ୍ଦିର ରୋଷଘରେ 40ରୁ ଊର୍ଦ୍ଧ୍ବ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ତଦନ୍ତ ଆରମ୍ଭ

ଆନନ୍ଦ ବଜାରରେ ବ୍ୟବସାୟିକ ଶତୃତାକୁ କେନ୍ଦ୍ର କରି ଚୁଲି ଭଙ୍ଗାଯାଇଥିବା ଆଶଙ୍କା କରାଯାଉଛି । ଗତକାଲି(ଶନିବାର) ରାତିରେ ଘଟିଛି ଏହି ଘଟଣା । ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ପହୁଡ ନିତି ସମୟରେ ରୋଷଘର ଧୁଆପଖାଳ ହେବା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ଚାଲିଛି ଛାନଭିନ । ରୋଷଶାଳାରେ ମହାପ୍ରଭୁଙ୍କ ଲାଗି ମହାପ୍ରସାଦ ଲାଗି ହୋଇଥାଏ । ବିଶେଷକରି ବରାଦି ଭୋଗ ପ୍ରସ୍ତୁତି ହୋଇଥାଏ ।

ଶ୍ରୀମନ୍ଦିର ରୋଷଘର

ଏହି ଘଟଣା ନେଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ ତଦନ୍ତ କରୁଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । ଏହି ଘଟଣା ଏବେ ଶ୍ରୀମନ୍ଦିର ସରୁକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨ ଦିନ ମଧ୍ୟରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 3, 2022, 12:21 PM IST

For All Latest Updates

ABOUT THE AUTHOR

...view details