ଓଡିଶା

odisha

ETV Bharat / city

ଦାଦାବଟି ଆଦାୟକୁ କେନ୍ଦ୍ର କରି ମହିଳା ସରପଞ୍ଚଙ୍କ ଘରକୁ ବୋମାମାଡ - puri bomb throwing news

ଦାଦାବଟି ଆଦାୟକୁ କେନ୍ଦ୍ର କରି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବଡାସ ପଞ୍ଚାୟତର ମହିଳା ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ କରାଯାଇଛି । ଏହା ପରେ କଣାସ ପୋଲିସ 3 ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧିକ ପଢନ୍ତୁ....

miscreants-bomb-throwing-in-lady-sarapanchs-house-of-konasa-block
ଦାଦାବଟି ଆଦାୟକୁ କେନ୍ଦ୍ର କରି ମହିଳା ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ

By

Published : Mar 18, 2020, 5:14 PM IST

ପୁରୀ: ଦାଦାଵଟିକୁ ନେଇ ବୋମା ମାଡ଼। ଦାଦାବଟି ଆଦାୟକୁ କେନ୍ଦ୍ର କରି କଣାସ ଥାନା ଅନ୍ତର୍ଗତ ବଡାସ ପଞ୍ଚାୟତର ମହିଳା ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ କରାଯାଇଛି । ଏହା ପରେ ପୋଲିସ 3 ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ ବାଇକ ଓ ବନ୍ଧୁକ ଜବତ କରିଛି।

ଦାଦାବଟି ଆଦାୟକୁ କେନ୍ଦ୍ର କରି ମହିଳା ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ

ସୂଚନା ଅନୁସାରେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବଡାସ ମହିଳା ସରପଞ୍ଚ ରୀତା ପଲେଇଙ୍କ ସ୍ବାମୀକୁ ବାରମ୍ବାର ଦାଦାବଟି ମାଗି ନିରାଶ ହୋଇଥିଲେ ଅଭିଯୁକ୍ତ । ଏହା ପରେ ଅଭିଯୁକ୍ତ ମାନେ ଗତ 5 ତାରିଖ ରାତିରେ ଘର ଉପରକୁ ବୋମା ମାଡ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ବୋମା ମାଡ କରି ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ 3 ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। କଣାସ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।

ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ବେଳେ ତାଙ୍କ ଜାମିନ ନାମଞ୍ଜୁର ହେବାପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ଏବେ ବି ସରପଞ୍ଚଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details