ପୁରୀ:ପିପିଲିରେ ରାଜନୈତିକ ହିଂସା। ପିପିଲିରେ ଥିବା କଂଗ୍ରେସ କ୍ୟାମ୍ପ ପୋଡିଦେଲେ ଦୁର୍ବୃତ୍ତ । ପୌର ନିର୍ବାଚନ ପାଇଁ ଆଉ ମାତ୍ର କେଇଟା ଦିନ ଥିବା ବେଳେ ଅଶାନ୍ତ ହୋଇଛି ପିପିଲି । ଆକ୍ରୋଶର ଶିକାର ହୋଇ କଂଗ୍ରେସ କ୍ୟାମ୍ପରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ପିପିଲି NAC 7 ନମ୍ବର ୱାର୍ଡ ଭିତରେ ରହିଛି କଂଗ୍ରେସର ଏହି କ୍ୟାମ୍ପ । କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ କ୍ୟାମ୍ପ କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।