ଓଡିଶା

odisha

ETV Bharat / city

Naveen's New Team: ମିଳିଲା ନୂଆ ଦାୟିତ୍ବ, ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରମୁଖ ମନ୍ତ୍ରୀ - ପୁରୀରେ ନୂଆ କ୍ୟାବିନେଟ ମନ୍ତ୍ରୀ

ମନ୍ତ୍ରିମଣ୍ଡଳର ନବକଳେବର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ପ୍ରମୁଖ ନେତାଙ୍କୁ ଗୁରୁ ଦାୟିତ୍ବ ମିଳିବା ପରେ ସେମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

Naveen's New Team: ମିଳିଲା ନୂଆ ଦାୟିତ୍ବ, ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରମୁଖ ମନ୍ତ୍ରୀ
Naveen's New Team: ମିଳିଲା ନୂଆ ଦାୟିତ୍ବ, ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରମୁଖ ମନ୍ତ୍ରୀ

By

Published : Jun 6, 2022, 7:43 AM IST

Updated : Jun 6, 2022, 7:54 AM IST

ପୁରୀ:ପଞ୍ଚମ ପାଳିର ୩ୟ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ନବକଳେବର କରିଛନ୍ତି । ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ଚେହେରାଙ୍କୁ ପୁଣି ଦାୟିତ୍ବ ଦେଇଥିବା ବେଳେ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ଟିମ୍‌ରୁ ବାଦ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ତେବେ ନୂଆ ଦାୟିତ୍ବ ମିଳିବା ପରେ ମନ୍ତ୍ରିମଣ୍ଡଳର ପ୍ରମୁଖ ନେତା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁ ଆମ ଆରାଧ୍ୟ ଦେବତା । ତାଙ୍କ ବିନା କିଛି ହୋଇପାରିବ ନାହିଁ ବୋଲି ଦର୍ଶନ ପରେ ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ।

ମିଳିଲା ନୂଆ ଦାୟିତ୍ବ, ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରମୁଖ ମନ୍ତ୍ରୀ

ରାଜ୍ୟ ମନ୍ତ୍ରିମଣ୍ଡଳର କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ପ୍ରଦୀପ ଅମାତ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ ଓ ରାଷ୍ଟ୍ର ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏମାନଙ୍କ ସହ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମଧ୍ୟ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । "ମହାପ୍ରଭୁ ଆମ ଆରାଧ୍ୟ ଦେବତା । ତାଙ୍କ ବିନା କିଛି ହୋଇପାରିବ ନାହିଁ । ମନ୍ତ୍ରୀ ଭାବେ ନୂତନ ଦାୟିତ୍ୱ ନେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିବି । ଆଗକୁ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ଏହାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାର ସବୁ ପଦକ୍ଷେପ ନେଇଥିବା" କହିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ‌।

ଏହା ବି ପଢନ୍ତୁ- ନବୀନଙ୍କ ନୂଆ ଟିମ୍‌ରେ ୨୧ ମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ ?

ସେହିପରି ଭକ୍ତଙ୍କ ପାଇଁ ଚାଲିଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରି ଏହା ଶୀଘ୍ର ଶେଷ ହେଲେ ଭକ୍ତଙ୍କ ସୁବିଧାରେ ଆସିପାରିବ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇଛନ୍ତି କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ବରିଷ୍ଠ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଦର୍ଶନ ପରେ ସେ ବେଶ୍ ଆନନ୍ଦିତ । ପବିତ୍ର ଶୀତଳଷଷ୍ଠୀ ଅବସରରେ ସମସ୍ତ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ପ୍ରଗତି ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବି ବୋଲି କହିଛନ୍ତି । ରାଜ୍ୟ ସରକାର ଉଭୟ ଯୁବ ଓ ଅଭିଜ୍ଞ ବ୍ୟକ୍ତିଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ସେ ମନ୍ତ୍ରୀ ହୋଇଥିବାରୁ ବେଶ ଖୁସି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରାଜ୍ୟରେ ଶ୍ରମ ବିଭାଗକୁ ସେ କ୍ରୀୟାଶୀଳ କରିବେ ବୋଲି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ପୂର୍ବ ପରି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । "ରଥଯାତ୍ରା ପାଇଁ ମୋ ବିଭାଗର ଯାହା କାର୍ଯ୍ୟ ରହିଛି ତାହା କରାଯିବ। ରାଜ୍ୟରେ ପ୍ରତିଟି କାର୍ଯ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କରାଯାଏ" ବୋଲି କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ।

ଇଟିଭି ଭାରତ, ପୁରୀ

Last Updated : Jun 6, 2022, 7:54 AM IST

ABOUT THE AUTHOR

...view details