ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ନୂଆ ୟୁନିଫର୍ମ ପଲିସି ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା - new uniform policy

ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମି ଜମା ବିକ୍ରି ନେଇ ନୂଆ ପଲିସିରେ ଅତ୍ୟଧିକ ଦର ପ୍ରସଙ୍ଗରେ ମତ ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 13, 2019, 11:18 PM IST

ପୁରୀ: ଆଜି ପବିତ୍ର ରୁକ୍ମିଣୀ ବିବାହ । ଆଜିର ଏ ପବିତ୍ର ତିଥିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜୀଉଙ୍କ ଦର୍ଶନ ଲାଭ କରି ସେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମିଜମା ବିକ୍ରି ନେଇ ନୂଆ ପଲିସିରେ ଅତ୍ୟଧିକ ଦର ପ୍ରସଙ୍ଗରେ ମତ ରଖିଛନ୍ତି । ସେ କହିଛନ୍ତି, ନୂଆ ୟୁନିଫର୍ମ ପଲିସିକୁ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ବର୍ତ୍ତମାନ ମଧ୍ୟ ଏ ସମ୍ପର୍କରେ ସରକାର ବିଚାର ବିମର୍ଷ କରୁଛନ୍ତି ।

ତେବେ ପୂର୍ବରୁ ବିଭିନ୍ନ ମଠରୁ ପୁରୀ ବାସିନ୍ଦା ଜାଗା କିଣି ଘର କରିଛନ୍ତି। ପରେ ଏହି ସମସ୍ତ ଜମି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀଜଗନ୍ନାଥଙ୍କ ସମ୍ପତି ଭାବେ ରେକର୍ଡ କରାଯାଇଥିଲା। ଯେଉଁ ବ୍ୟକ୍ତି ମାନେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିରେ ଘର ବାଡ଼ି କରିଛନ୍ତି ଏକ ଦର ନିର୍ଦ୍ଧାରଣ କରି ସରକାର ଲୋକଙ୍କୁ ଦେବାକୁ କୋର୍ଟ କହିଥିଲେ। ସେହି ନିର୍ଦ୍ଦେଶ ଆଧାରରେ ସରକାର ଜମିର ଦର ଧାର୍ଯ୍ୟ କରିଥିଲେ । ଯାହାକି ବର୍ତ୍ତମାନ ବଜ଼ାର ଦର ଠାରୁ ଅଧିକ ବୋଲୀ ପୁରୀ ବାସିନ୍ଦା ଅଭିଯୋଗ କରି ଆସୁଛନ୍ତି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details