ଓଡିଶା

odisha

By

Published : Dec 1, 2021, 9:51 PM IST

ETV Bharat / city

Sand Art Festival; ବାଲୁକା ଚିତ୍ରକଳା ମହୋତ୍ସବ ଉଦଘାଟିତ, ୮ ରାଜ୍ୟର ଚିତ୍ରଶିଳ୍ପୀ ସାମିଲ

କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହୋଇଛି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ । ବିଭିନ୍ନରୁ ବାଲୁକା ଚିତ୍ର ଶିଳ୍ପୀମାନେ ଏହି ସ୍ୱତନ୍ତ୍ର ମହୋତ୍ସବରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ଚନ୍ଦ୍ରଭାଗାରେ ଉଦଘାଟନ ହେଲା ବାଲୁକା ଚିତ୍ରକଳା ମହୋତ୍ସବ
ଚନ୍ଦ୍ରଭାଗାରେ ଉଦଘାଟନ ହେଲା ବାଲୁକା ଚିତ୍ରକଳା ମହୋତ୍ସବ

ପୁରୀ:କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହୋଇଛି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ । ଦେଶ ବିଦେଶରୁ ବାଲୁକା ଚିତ୍ର ଶିଳ୍ପୀମାନେ ଏହି ସ୍ୱତନ୍ତ୍ର ମହୋତ୍ସବରେ ସାମିଲ ହୋଇଛନ୍ତି । ବାଲିରେ ଭଳିକି ଭଳି ବାଲୁକା ଚିତ୍ର କଳା କରି ବିଭିନ୍ନ ବାର୍ତ୍ତା ଦେଇଛନ୍ତି । ଆଜି ଉଦଘାଟନୀ ଉତ୍ସଵକୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା , ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଚନ୍ଦ୍ରଭାଗାରେ ଉଦଘାଟନ ହେଲା ବାଲୁକା ଚିତ୍ରକଳା ମହୋତ୍ସବ

ପ୍ରଥମ ଦିବସ ହେରିଟେଜ କଲଚର ଥିମ ନେଇ ବାଲୁକା ଚିତ୍ରକଳା କରିଛନ୍ତି ଚିତ୍ରଶିଳ୍ପୀ । ଭଗବାନ ବୁଦ୍ଧ, ଶ୍ରୀମନ୍ଦିର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଧଉଳି ଆଦି ଓଡିଶା ଅନେକ ଐତିହ କୀର୍ତ୍ତିରାଜି ପ୍ରତିକୃତି ଦେଖିବାକୁ ମିଳିଥିଲା ବାଲୁକା ଚିତ୍ରକଳାରେ । ଓଡିଶା ସମେତ 8ଟି ରାଜ୍ୟର ଚିତ୍ରଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି।। ଡିସେମ୍ବର 1 ତାରିଖରୁ ଆରମ୍ଭ ହେଉଥିବା ଏହି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ଉତ୍ସବ ଆସନ୍ତା ଡିସେମ୍ବର 5 ତାରିଖ ଯାଏ ଚାଲିବ । ସେପଟେ କୋଭିଡ କଟକଣା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବାଲୁକା ଚିତ୍ରଶିଳ୍ପୀ ମାନେ ବେଶ ଖୁସି ପ୍ରକଟ କରିଚନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details