ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, କୋଭିଡ ବ୍ୟବସ୍ଥା ନେଇ ଖୁସ୍ - କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇ ଗଲେ ଶ୍ରୀମନ୍ଦିରକୁ

ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର । କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇ ଗଲେ ଶ୍ରୀମନ୍ଦିରକୁ । ଅଧିକ ପଢନ୍ତୁ....

Minister dharmendra pradhan visits to srimandir
ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

By

Published : Jan 9, 2021, 5:37 PM IST

Updated : Jan 9, 2021, 7:12 PM IST

ପୁରୀ :ଶ୍ରୀଜୀଉଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ କଟକଣା ମଧ୍ୟରେ ସେ ମଧ୍ୟ ପ୍ରଶାସନିକ ନିୟମ ମାନି କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ସହ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ଦେଶବାସୀଙ୍କ କଲ୍ୟାଣ କାମନା କରିଥିଲେ। ଏହାସହ ଦେଶରୁ କୋରୋନା ମୁକ୍ତ ପାଇଁ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତେବେ ବର୍ତ୍ତମାନର ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ।

ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

ଏହାସହ ସାଧାରଣ ଭକ୍ତମାନଙ୍କ ନିମନ୍ତେ କୋଭିଡ ନେଗେଟିଭ ରିପୋର୍ଟ ପ୍ରସ୍ତାବ ଉପରେ କୋହଳ କରିବା ନେଇ ବିଚାର କରି ପଦକ୍ଷେପ ନେବାକୁ ମତ ରଖିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରୀରେ ବିମାନବନ୍ଦର ନିର୍ମାଣ ନେଇ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି । ପୁରୀରେ ବିମାନବନ୍ଦର ହୋଇପାରିଲେ ଶ୍ରୀକ୍ଷେତ୍ରର ବିକାଶ ହେବା ସହ ପର୍ଯ୍ୟଟକମାନେ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ର ପକ୍ଷରୁ ଆବଶ୍ୟକ ସହଯୋଗ କରାଯିବ ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 9, 2021, 7:12 PM IST

ABOUT THE AUTHOR

...view details