ଓଡିଶା

odisha

ETV Bharat / city

ମହାମାରୀ କୋରୋନା, ପେଡ୍ କ୍ବାରେଣ୍ଟିନକୁ ପ୍ରବାସୀଙ୍କ ବାଃ ବାଃ - କୋରୋନା ଭୟ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ମଧ୍ୟ ପେଡ କ୍ୱାରେଣ୍ଟିନ ବ୍ୟବସ୍ଥା ରହିଛି। ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ମାଗଣା କ୍ୱାରେଣ୍ଟିନ ରେ କିଛି ସୀମିତ ବ୍ୟବସ୍ଥା ଥିବା ହେତୁ ଅନେକ ପ୍ରବାସୀ ଏହାକୁ ପସନ୍ଦ କରିନଥାନ୍ତି। ଏଣୁ ଉକ୍ତ ପ୍ରବାସୀ ତାଙ୍କ ମନ ମୁତାବକ ସୁବିଧା ପ୍ରଦାନ ନିମନ୍ତେ ପେଡ କ୍ୱାରେଣ୍ଟିନ ବ୍ୟବସ୍ଥା ଭଲ ହୋଟେଲରେ ଗୁଡିକରେ ବ୍ୟବସ୍ଥା ରହିଛି। ଯାହାର ମୂଲ୍ୟ ମଧ୍ୟ ପ୍ରବାସୀଙ୍କୁ ସୁହାଇଲା ଭଳି ସାମାନ୍ୟ ଦର ରହିଛି।

ମହାମାରୀ କୋରୋନା, ପେଡ୍ କ୍ବାରେଣ୍ଟିନକୁ ପ୍ରବାସୀଙ୍କ ବାଃ ବାଃ
ମହାମାରୀ କୋରୋନା, ପେଡ୍ କ୍ବାରେଣ୍ଟିନକୁ ପ୍ରବାସୀଙ୍କ ବାଃ ବାଃ

By

Published : Aug 16, 2020, 3:40 PM IST

Updated : Aug 17, 2020, 8:24 PM IST

ପୁରୀ:କୋରୋନା କାଳରେ ସମସ୍ତେ ନାଚାର। ଅଦୃଶ୍ୟ ଭାଇରସ ମାନବ ସମାଜକୁ ଡରାଇକି ରଖିଛି। ତେବେ ଏହା ଏକ ସଂକ୍ରାମକ ରୋଗ ହୋଇଥିବାକୁ ରୋଗୀକୁ ଅଲଗା ରଖିବାକୁ ସରକାରଙ୍କ ବିଭିନ୍ନ ନିୟମ ସହ ପ୍ରସ୍ତୁତ କରାଯାଇଛି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ। କେବଳ ସେତିକି ନୁହେଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ରଖାଯାଉଛି।

ମହାମାରୀ କୋରୋନା, ପେଡ୍ କ୍ବାରେଣ୍ଟିନକୁ ପ୍ରବାସୀଙ୍କ ବାଃ ବାଃ

ତେବେ ମହାମାରୀ ସମୟରେ କିଛି ଶଦ୍ଦ ସହ ଦେଶବାସୀ ଖୁବ୍ ପରିଚିତ୍ ହୋଇଗଲେଣି ତାହା ହେଲା କ୍ବାରେଣ୍ଟିନ, ପେଡ୍ କ୍ବାରେଣ୍ଟିନ, ହୋମ କ୍ବାରେଣ୍ଟିନ, ସେଲଫ୍ ଆଇସୋଲେସନ ଇତ୍ୟାଦି। ସେଥିମଧ୍ୟ ରୁ ପେଡ କ୍ୱାରେଣ୍ଟିନ ଅନ୍ୟତମ। ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସମୟ ରେ ଅଧିକ ଆରାମ ଦାୟକ କ୍ୱାରେଣ୍ଟିନ ବ୍ୟବସ୍ଥା ଦେବା ଏହି ପେଡ କ୍ୱାରେଣ୍ଟିନର ଉଦ୍ଦେଶ୍ୟ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ମଧ୍ୟ ପେଡ୍ କ୍ବାରେଣ୍ଟିନର ବ୍ୟବସ୍ଥା କରାଯାଇଛି। ଯାହା ସମସ୍ତଙ୍କ ପକେଟକୁ ସୁହାଇବା ଭଳି ହେବା ସହ ପ୍ରବାସୀଙ୍କ ଖୁବ୍ ପସନ୍ଦ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ପ୍ରବାସୀଙ୍କ ମନ ମୁତାବକ ସୁବିଧା ପ୍ରଦାନ ନିମନ୍ତେ ପେଡ କ୍ୱାରେଣ୍ଟିନ ପାଇଁ ଭଲ ହୋଟେଲରେ ବ୍ୟବସ୍ଥା ରହିଛି। ଯାହାର ମୂଲ୍ୟ ମଧ୍ୟ ପ୍ରବାସୀ ଙ୍କୁ ସୁହାଇଲା ଭଳି ସାମାନ୍ୟ ଦର ରହିଛି। ଏସି ରୁମ ପିଛା 800 ରୁ 1000 ଏବଂ ନନ୍ ଏସି ରୁମ 400 ରୁ 5 ଶହ ଟଙ୍କା ମାତ୍ର ରହିଛି। ପୁରୀ ଜିଲା ପ୍ରଶାସନ ପକ୍ଷରୁ ତିନୋଟି ହୋଟେଲ ରେ ପେଡ କ୍ୱାରେଣ୍ଟିନ ବ୍ୟବସ୍ଥା ଥିବା ବେଳେ 120 ଟି ବେଡ଼ ବ୍ୟବସ୍ଥା ହୋଇଛି। ତେବେ ପୁରୀକୁ ପ୍ରବାସୀ ଆସିଲେ ପ୍ରଥମେ ପୁରୀ ପୌର ପାଳିକା କଲ୍ୟାଣ ମଣ୍ଡପରେ ଥିବା ମାଗଣା କ୍ୱାରେଣ୍ଟିନ ସେଣ୍ଟର ପଞ୍ଜିକରଣ କରିବାକୁ ପଡିବ। ଯେଉଁମାନେ ପେଡ କ୍ୱାରେଣ୍ଟିନ ଚାହିଁବେ ପ୍ରଶାସନ ଅଧିଗ୍ରହଣ କରିଥିବା ହୋଟେଲକୁ ଉକ୍ତ ପ୍ରବାସୀଙ୍କୁ ପଠେଇ ଦିଆଯିବ। କେବଳ ସେତିକି ନୁହେଁ ଯେଉଁ ପ୍ରବାସୀ ଆହୁରି ଦାମୀ ହୋଟେଲ ରେ ରହିଵା ପାଇଁ ଚାହିଁବେ ସେନେଇ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବିଧା ଯୋଗାଇ ଦିଆଯାଉଛି।

କ୍ୱାରେଣ୍ଟିନ ବ୍ୟବସ୍ଥାକୁ ଅଧିକ ସୁଖଦ ଓ ଆରାମ ଦାୟକ କରିବା ପାଇଁ ସରକାରଙ୍କ ପେଡ କ୍ୱାରେଣ୍ଟିନ ବ୍ୟବସ୍ଥା ସ୍ଵାଗତ ଯୋଗ୍ୟ। ପୁରୀ ଜିଲ୍ଲା ପ୍ରଶାସନର ଉଦ୍ୟମ ଯୋଗୁ ମଧ୍ୟ ଏହି କ୍ୱାରେଣ୍ଟିନ ବ୍ୟବସ୍ଥା ସଫଳ ହୋଇଛି। ପ୍ରବାସୀ ମାନେ ଏହି ପେଡ କ୍ୱାରେଣ୍ଟିନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 17, 2020, 8:24 PM IST

ABOUT THE AUTHOR

...view details