ଓଡିଶା

odisha

ETV Bharat / city

ରତ୍ନ ଭଣ୍ଡାର ଖୋଲିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ସ୍ମାରକପତ୍ର

ରତ୍ନଭଣ୍ଡାରର ସୁରକ୍ଷା ସହ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ । ଏନେଇ ପରିଷଦର ଆବାହକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶାସକଙ୍କୁ ସ୍ମାରକପତ୍ର ପ୍ରଦାନ କରିଚନ୍ତି । ଅଧିକ ପଢନ୍ତୁ...

By

Published : Sep 21, 2021, 3:47 PM IST

ରତ୍ନ ଭଣ୍ଡାର ଖୋଲିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ସ୍ମାରକପତ୍ର
ରତ୍ନ ଭଣ୍ଡାର ଖୋଲିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ସ୍ମାରକପତ୍ର

ପୁରୀ: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଜୋର ଧରିଛି ଦାବି । ଏନେଇ ରାଜରାସ୍ତାକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ । ସୂଚନାନୁସାରେ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଦୀର୍ଘ ୪୪ ବର୍ଷ ହେବ ଖୋଲା ଯାଇନାହିଁ ।

ରତ୍ନ ଭଣ୍ଡାର ଖୋଲିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ସ୍ମାରକପତ୍ର

ଆଉ ଏଭଳି ସ୍ଥଳେ ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ଏବେ ସୁରକ୍ଷିତ ଅଛି କି ନାହିଁ ସେ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ତଥା ଭକ୍ତଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ତେବେ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ନେଇ ଆଜି (ମଙ୍ଗଳବାର) ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଆବାହକ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା ସରକାର ନ କରନ୍ତି, ତେବେ ଆଗାମୀ ଦିନରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ନିଷ୍ପତ୍ତି ନେଇଥିବା ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details