ପୁରୀ: ଶ୍ରୀମନ୍ଦିରରେ ଦଇତାପତି ନିଯୋଗ ନିର୍ବାଚନ ଶେଷ ହୋଇଛି । ଏଥିରେ ୨୮ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ୧୫ ଜଣ ସଭ୍ୟ କାର୍ଯ୍ଯକାରୀ କମିଟିକୁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଗନ୍ନାଥ ଦାସ ମହାପାତ୍ରଙ୍କୁ ସର୍ବାଧିକ ୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ଦୁର୍ଗା ପ୍ରସାଦ ଦାସ ମହାପାତ୍ରଙ୍କୁ ମିଳିଛି ୮୨ ଖଣ୍ଡ ଭୋଟ ।
ସେହିପରି ବିଜୟାନନ୍ଦ ଦାସ ମହାପାତ୍ର ୭୯ ଖଣ୍ଡ, ନୂତନ ଦାସ ମହାପାତ୍ର ଓ ରାମକୃଷ୍ଣ ଦାସମହାପାତ୍ର ଉଭୟ ୭୮ ଖଣ୍ଡ ଲେଖାଏଁ ଭୋଟ ପାଇଛନ୍ତି । କୀର୍ତ୍ତି ପ୍ରକାଶ ଦାସମହାପାତ୍ର ୭୨ ଖଣ୍ଡ, କାର୍ତ୍ତିକ ଦାସମହାପାତ୍ର ୭୧ ଖଣ୍ଡ, ରାମଚନ୍ଦ୍ର ଦାସମହାପାତ୍ର ୭୦ଖଣ୍ଡ, ଜଗବନ୍ଧୁ ଦାସମହାପାତ୍ର ୬୬ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ଗଣପତି ଦାସମହାପାତ୍ର ୬୬ଖଣ୍ଡ, ଶ୍ରୀବାନୀ ଦାସମହାପାତ୍ର ଓ ଗଣେଷ ଦାସମହାପାତ୍ର ଉଭୟ ୬୫ଖଣ୍ଡ ଲେଖାଏଁ ଭୋଟ ପାଇଛନ୍ତି । ଶ୍ଯାମାପ୍ରସାଦ ଦାସମହାପାତ୍ର ୬୩ଖଣ୍ଡ, ଗୁଣଧର ଦାସମହାପାତ୍ର ଓ ଜଗଦିଶ ଦାସମହାପାତ୍ର ୬୨ଖଣ୍ଡ ଲେଖାଏଁ ଭୋଟ ପାଇ କାର୍ଯ୍ଯକାରୀ କମିଟିର ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।