ଓଡିଶା

odisha

ETV Bharat / city

ସଂକ୍ରମଣ ବୃଦ୍ଧିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୈଠକ - shrimandir administration

ରାଜ୍ୟରେ କୋରୋନାର ସଂକ୍ରମଣ ପୁଣି ବଢୁଥିବାବେଳେ ଶ୍ରୀମନ୍ଦିର ସେବାୟତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୈଠକ
ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୈଠକ

By

Published : Apr 8, 2021, 7:53 AM IST

ପୁରୀ: କୋରୋନାର ଦ୍ବିତୀୟ ଲହରୀରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ,ନିଯୋଗର ପ୍ରତିନିଧି ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୈଠକ

ଶୁକ୍ରବାର ଠାରୁ ବଡଦାଣ୍ତର ହିନ୍ଦୀ ବିଦ୍ୟାପୀଠ ଠାରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ । ୪୫ ବର୍ଷରୁ ଊର୍ଦ୍ଧ୍ବ ସେବାୟତଙ୍କର କୋଭିଡ ଟୀକାକରଣ ଶୀଘ୍ର ଶେଷ କରିବା ପାଇଁ ଉଦ୍ୟମ କରାଯିବ । ଏହା ମଧ୍ୟରେ ୯୦୦ ସେବାୟତଙ୍କ ଟୀକାକରଣ କରାଯାଇଛି । ଆଶା ଓ ଅଙ୍ଗନବାଡି କର୍ମୀମାନେ ସେବାୟତଙ୍କ ଘର ଘର ବୁଲି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କର ଟେଷ୍ଟିଂ କରାଯିବ ।

ଏଥି ସହ ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପୂର୍ବ ଭଳି ହୋମିଓପ୍ୟାଥି ମେଡିସିନ୍ ଦିଆଯିବ। ସେହିପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ କରାଯାଇ ସାନିଟାଇଜ କରାଯାଉଥିବା ବେଳେ ଶନିବାର ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ବୈଠକରେ ପ୍ରସ୍ତାବ ଆସିଥିବା ବେଳେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ଅନ୍ୟପଟେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଯାଞ୍ଚ ପାଇଁ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ପୋଲିସ ପକ୍ଷରୁ ଚେକିଂ କଡାକଡି କରାଯିବ। ମନ୍ଦିର ପାଇଁ ସେବାୟତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details