ପୁରୀ: ବିଶ୍ଵ ଐତିହ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ପାଇଁ କୋଣାର୍କ ଯାତ୍ରୀ ନିବାସଠାରେ ଆରମ୍ଭ ହୋଇଛି ଗୁରୁତ୍ଵପୂର୍ଣ୍ଣ ବୈଠକ। ଏଏସଆଇ ପକ୍ଷରୁ ଆୟୋଜିତ କର୍ମଶାଳାରେ ବିଶେଷକରି କୋଣାର୍କର ସୁରକ୍ଷା ଓ ସଂରକ୍ଷଣ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ରହିଛି ।
କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ଉଠୁଥିବା ବିଭିନ୍ନ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଏଏସଆଇ ଏହି ଉଦ୍ୟମ ଆରମ୍ଭ କରିଛି । କୋଣାର୍କ ମନ୍ଦିର ସୁରକ୍ଷା ନେଇ ପୂର୍ବରୁ କ’ଣ କାର୍ଯ୍ୟ ହୋଇଛି, ଅଗାମୀ ଦିନରେ କ’ଣ କରାଯାଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହେବ ।
ଏହି ବୈଠକରେ ଏଏସଆଇ ସମେତ ବହୁ ବିଶେଷଜ୍ଞ ଯୋଗ ଦେଇଛନ୍ତି । କୋଣାର୍କ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ କାରୁକାର୍ଯ୍ୟ ପଥର ସ୍ଥାନରେ ସାଦା ପଥର ଲାଗୁଥିବା ଅଭିଯୋଗ ଉପରେ ଆଲୋଚନା ହେବ । ବିଶେଷକରି କୋଣାର୍କ ମନ୍ଦିର ଦାୟିତ୍ଵରେ ଥିବା ଏଏସଆଇ ପର୍ଯ୍ୟଟକ ମାନଙ୍କଠାରୁ ଟିକସ ନେଉଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ କୌଣସି ପ୍ରକାରର ମୌଳିକ ସୁବିଧା ସୁଯୋଗ ଯୋଗାଉ ଦେଉନାହାଁନ୍ତି ।