ଓଡିଶା

odisha

ETV Bharat / city

ଦ୍ରୁତ ଗତିରେ ନିର୍ମାଣ ଚାଲିଛି ମାର୍କେଟ କମ୍ପ୍ଲେକ୍ସ, ଥଇଥାନ ହେବେ ବିସ୍ଥାପିତ ବ୍ୟବସାୟୀ - ଥଇଥାନ ହେବେ ବିସ୍ଥାପିତ ବ୍ୟବସାୟୀ

ପୁରୀରେ ଦ୍ରୁତ ଗତିରେ ନିର୍ମାଣ ଚାଲିଛି ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସର କାର୍ଯ୍ୟ । ଖୁବଶୀଘ୍ର ସ୍ଥାପିତ ବ୍ୟବସାୟୀଙ୍କୁ କରାଯିବ ଥଇଥାନ । ଅଧିକ ପଢନ୍ତୁ

ପୁରୀରେ ଦ୍ରୁତ ଗତିରେ ନିର୍ମାଣ ଚାଲିଛି ମାର୍କେଟ କମ୍ପ୍ଲେକ୍ସ
ପୁରୀରେ ଦ୍ରୁତ ଗତିରେ ନିର୍ମାଣ ଚାଲିଛି ମାର୍କେଟ କମ୍ପ୍ଲେକ୍ସ

By

Published : Oct 15, 2022, 8:59 PM IST

ପୁରୀ:ସହରରେ ଦ୍ରୁତ ଗତିରେ ନିର୍ମାଣ ଚାଲିଛି ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ । ଥାଇଥନ୍ ହେବେ ବିସ୍ଥାପିତ ବ୍ୟବସାୟୀ । ଗ୍ରାଉଣ୍ଡ ଫ୍ଲୋରରେ ପାର୍କିଂ ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି । ପୁରୀରେ ଦ୍ରୁତ ଗତିରେ ନିର୍ମାଣ ଚାଲିଛି ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସର କାର୍ଯ୍ୟ। ବଡ଼ଦାଣ୍ଡ ସ୍ଥିତ ମାର୍କେଟ ଛକ, ପୁରୁଣା ଜେଲ୍ ରୋଡ ଏବଂ ମୋଚି ସାହି ଛକରେ ଚାଲିଛି ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ। ବିସ୍ଥାପିତ ହୋଇଥିବା ବ୍ୟବସାୟୀମାନଙ୍କୁ ଖୁବଶୀଘ୍ର ଏଠାରେ ଥଇଥାନ୍ କରାଯିବ ।‌ ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି) ପକ୍ଷରୁ ୪୦ କୋଟି ୪୦ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳରେ ବଡ଼ଦାଣ୍ଡ ସ୍ଥିତ ମାର୍କେଟ ଛକରେ ଥିବା ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ କରାଯାଉଛି। ଏଠାରେ ୫୦୦ ଦୋକାନ ଗୃହ ସହ ଗ୍ରାଉଣ୍ଡ ଫ୍ଲୋରରେ ଶହେଟି ଗାଡି ରହିବା ଭଳି ପାର୍କିଂ ବ୍ୟବସ୍ଥା କରାଯାଉଛି।‌ ଏହାର ଛାତ ଉପରେ ସୋଲାର ପ୍ୟାନେଲ ବସାଯାଇ ଉତ୍ପାଦନ ହେବାକୁ ଥିବା ବିଦ୍ୟୁତକୁ ମାର୍କେଟ କମ୍ପ୍ଲେକ୍ସରେ ବ୍ୟବହାର କରାଯିବ। ଆଉ ମାତ୍ର ଦୁଇମାସ ଭିତରେ ଏହି କାର୍ଯ୍ୟ ସରିବାକୁ ଥିବାବେଳେ କୋଭିଡ କଟକଣା ଓ ଖଣ୍ଡେଲାଇଟ ପଥର ଅଭାବ ଯୋଗୁଁ କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇଥିବା ଓବିସିସି ପକ୍ଷରୁ କୁହାଯାଇଛି।

ପୁରୀରେ ଦ୍ରୁତ ଗତିରେ ନିର୍ମାଣ ଚାଲିଛି ମାର୍କେଟ କମ୍ପ୍ଲେକ୍ସ

ଏହା ମଧ୍ୟ ପଢନ୍ତୁ: ଅପରାହ୍ନରେ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର



ସେହିପରି ମୋଚି ସାହି ଛକ ଓ ଜେଲ ରୋଡରେ ନିର୍ମାଣ ଚାଲିଥିବା ମଲ୍ଟିଲେବଲ୍ କାର‌ ପାର୍କିଂ ଓ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ୬୭ କୋଟି ଟଙ୍କା ବ୍ୟୟ ଅଟକଳରେ ଜେଲ୍ ରୋଡରେ ଚାଲିଥିବା ବହୁତଳ ବିଶିଷ୍ଟ କାର୍ ପାର୍କିଂରେ ୫୦୦ରୁ ଉର୍ଦ୍ଧ କାର୍ ପାର୍କିଂର ବ୍ୟବସ୍ଥା ସହ ସପିଙ୍ଗ କମ୍ପ୍ଲେକ୍ସରେ ୩ଶହରୁ ଉର୍ଦ୍ଧ ଦୋକାନ ଗୃହ ନିର୍ମାଣ ଚାଲିଛି । ପୁରୀ ସହରରେ ଦିନକୁଦିନ ପାର୍କିଂକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲେ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ । ସେହିପରି ସହରର ଉନ୍ନତିକରଣ ତଥା ବିସ୍ଥାପିତମାନଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି ।



ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି,"ବର୍ତ୍ତମାନ ଆମର ଅନେକ ପ୍ରୋଜେକ୍ଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି । ମୋଚି ସାହି ଛକ ଓ ଜେଲ ରୋଡରେ ନିର୍ମାଣ ଚାଲିଥିବା ମଲ୍ଟିଲେବଲ୍ କାର‌ ପାର୍କିଂ ଓ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଗକୁ ଆହିୁରି ପ୍ରୋଜେକ୍ଟ କରିବା ପାଇଁ ଆମେ ଭାବିଛୁ ।"


ପୁରୀ ସହରରେ ସେଭଳି ଆଖି ଦୃଶିଆ ମାର୍କେଟ କମ୍ପ୍ଲେକ୍ସ ନଥିବା ବେଳେ ଏହି ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସରିଲେ ବ୍ୟବସାୟୀଙ୍କ ସହ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକ ଉପକୃତ ହେବେ ବୋଲି ଆଶା କରାଯାଉଛି ।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details