ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ନୀଳଚକ୍ର ନିକଟକୁ ଚଢିବା ପାଇଁ ଉଦ୍ୟମ, ସିଂହଦ୍ୱାର ଥାନାରେ ଅଟକ - ଶ୍ରୀମନ୍ଦିରରେ ପୁଣି ଅଘଟଣ

ଶ୍ରୀମନ୍ଦିର ନୀଳଚକ୍ର ନିକଟକୁ ଚଢିଗଲେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ । ଆଜି ଅପରାହ୍ନ ସମୟରେ ସେ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢିବାକୁ ଉଦ୍ୟମ କରୁଥିବା ବେଳେ ଉଦ୍ଧାର କରାଯାଇ ପଚରାଉଚରା କରୁଛି ସିଂହଦ୍ୱାର ଥାନା ପୋଲିସ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ନୀଳଚକ୍ର ନିକଟକୁ ଚଢିବା ପାଇଁ ଉଦ୍ୟମ, ସିଂହଦ୍ୱାର ଥାନାରେ ଅଟକ
ଶ୍ରୀମନ୍ଦିର ନୀଳଚକ୍ର ନିକଟକୁ ଚଢିବା ପାଇଁ ଉଦ୍ୟମ, ସିଂହଦ୍ୱାର ଥାନାରେ ଅଟକ

By

Published : Oct 5, 2022, 10:23 PM IST

ପୁରୀ: ଶ୍ରୀମନ୍ଦିରରେ ପୁଣି ସୁରକ୍ଷାରେ ତୃଟି । ନୀଳଚକ୍ର ନିକଟକୁ ଚଢିବା ପାଇଁ ଉଦ୍ୟମ ବେଳେ ଜଣେ ଅଟକ । ତେବେ ନୀଳଚକ୍ର ଉପରକୁ ଚଢିବା ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତି ଜଣଙ୍କ ଶ୍ରୀମନ୍ଦିର ବେଢ଼ାରେ ଥିବା ଅଗ୍ନିଶ୍ଵର ମନ୍ଦିରର ଜଣେ ପୂଜକ ହୋଇଥିବା ସୂଚନା । ପୂଜକଙ୍କ ନାମ ଚନ୍ଦନ । ଶ୍ରୀମନ୍ଦିର ଜେଟିପି, ପୋଲିସ ଓ ଚୁନାରା ସେବକଙ୍କ ସହାୟତାରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାଅନୁସାରେ, ଅପରାହ୍ନ ସମୟରେ ଚନ୍ଦନ ନାମକ ଜଣେ ପୂଜକ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢିବାକୁ ଉଦ୍ୟମ କରିଥିଲା । ତେବେ ସେବକମାନେ ଏହା ଦେଖିବା ପରେ ଓହ୍ଲାଇବା ପାଇଁ କହିଥଲେ । ପରେ ମିଳିତ ଭାବେ ଶ୍ରୀମନ୍ଦିର ଜେଟିପି, ପୋଲିସ ଓ ଚୁନାରା ସେବକଙ୍କ ସହାୟତାରେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ବ୍ୟକ୍ତି ଜଣଙ୍କୁ ଶ୍ରୀମନ୍ଦିର ନୀଳଚକ୍ର ନିକଟ ଶିଙ୍କୁଳି ପାଖରୁ ଉଦ୍ଧାର ହୋଇଥିବା ସୂଚନା ରହିଛି । ଯୁବକଙ୍କୁ ଉଦ୍ଧାର କରାଯିବା ପରେ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Nobel Prize In Chemistry 2022: ରସାୟନ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ

ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଏଭଳି ଘଟିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବ୍ୟକ୍ତି ଚଢିଯାଇଥିଲେ । ଶ୍ରୀମନ୍ଦିର ଘଣ୍ଟି ଦ୍ବାର ଦେଇ ସମ୍ପୃକ୍ତ ବ୍ୟକ୍ତିଜଣକ ନାଟମଣ୍ଡପ ଉପରେ ଚଢିଯାଇଥିବା ବେଳେ ଚୂନରା ସେବାୟତ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୋଲିସରେ ଜିମା ଦେଇଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details