ପୁରୀ: ସତ୍ୟବାଦୀ ବିରଗୋବିନ୍ଦପୁର ସାର ଗୋଦାମ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି । ସାର ବସ୍ତା ପ୍ୟାକିଂ ଚାଲୁଥିବା ବେଳେ ଅଚାନକ ଚଢ଼ଉ କରିଥିଲା ପ୍ରଶାସନ । ଏଠାରେ ନକଲି ସାର ପ୍ରସ୍ତୁତ କରାଯାଉଥିବା ନେଇ ଅଭିଯୋଗ ହେବାପରେ ରବିବାର ଏହି ଚଢ଼ଉ କରାଯାଇଛି । ଏନେଇ କୃଷି ବିଭାଗ ପକ୍ଷରୁ ସାର ନମୁନା ସଂଗ୍ରହ କରାଯାଇଛି ।
ଏହାକୁ ଲାବ୍ରୋଟୋରୀରେ ପରୀକ୍ଷା କରାଯିବ । ତେବେ ନିମ୍ନମାନର ସାର ଜଣା ପଡ଼ିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର କୃଷି ବିଭାଗ କମିଶନର, ସତ୍ୟବାଦୀ ତହସିଲଦାର, ପୁରୀ ଇଡ଼ିଏମଓ, ସତ୍ୟବାଦୀ ଆଇଆଇସିଙ୍କ ଠାରୁ ନେଇ ପୁରୀ ଜିଲ୍ଲାପାଳଙ୍କ ମିଳତ ସହଯୋଗରେ ଏହି ଚଢ଼ଉ କରାଯାଇଛି ।