ପୁରୀ:ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହୋଇଛି ମହାପ୍ରଭୁଙ୍କ ମକରନୀତି । ହେଲେ କୋରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ମହାପ୍ରଭୁଙ୍କ ଦର୍ଶନ କରି ପାରିନାହାନ୍ତି ଭକ୍ତ । ଫଳରେ ଶ୍ରୀମନ୍ଦିର ସିଂହଦ୍ୱାର ସମମ୍ମୁଖରେ ଭକ୍ତ ମାନେ ଠିଆ ହୋଇ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିବା ସହ ନୀଳଚକ୍ରକୁ ଦର୍ଶନ କରି ଫେରିଛନ୍ତି ।
ଶ୍ରୀମନ୍ଦିରକୁ ଗଲା ମକର ଚାଉଳ, ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ - ଶ୍ରୀମନ୍ଦିର ଗଲା ମକର ଚାଉଳ
ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହୋଇଛି ମହାପ୍ରଭୁଙ୍କ ମକର ନୀତି । ଜଗନ୍ନାଥ ମନ୍ଦିରକୁ ମକର ଚାଉଳ ଅର୍ପଣ କଲେ ବିଭିନ୍ନ ମଠ । ଅଧିକ ପଢନ୍ତୁ
ଶ୍ରୀକ୍ଷେତ୍ର ପାଳନ ହେଲା ମକର ସଂକ୍ରାନ୍ତି, ଦର୍ଶନରୁ ବଞ୍ଚିତ ଭକ୍ତ
ଶ୍ରୀକ୍ଷେତ୍ର ପାଳନ ହେଲା ମକର ସଂକ୍ରାନ୍ତି, ଦର୍ଶନରୁ ବଞ୍ଚିତ ଭକ୍ତ
ସେପଟେ ଶ୍ରୀକ୍ଷେତ୍ରରେ ସମସ୍ତ ମଠ ପରିସର ଆଜି ହୋଇ ଉଠିଛି ଉତ୍ସଵ ମୁଖର। ପ୍ରତ୍ୟେକ ମଠ ମହାପ୍ରଭୁଙ୍କ ନୀତିକାନ୍ତି ସହିତ ଜଡିତ ଥିବାରୁ ମଠାଧିସ ମାନେ ମକର ଚାଉଳ ପ୍ରସ୍ତୁତ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ କରିଛନ୍ତି। ପରେ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଛି ମକର ଚାଉଳ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ