ପୁରୀ: ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ସମ୍ବିତ ପାତ୍ର ନିର୍ବାଚନରେ ବିଜୟୀ ହେଲେ ଜନ ସାଧାରଣଙ୍କ ପାଇଁ କଣ ଯୋଜନା ରହିଛି ସେ ନେଇ ତାଙ୍କ ସହ ଆଲୋଚନା ।
‘ବିଜୟୀ ପରେ ବିକାଶ ହିଁ ମୂଳ ଲକ୍ଷ୍ୟ’ - SAMBIT PATRA
ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସମ୍ବିତ ବିଜୟୀ ହେବା ପରେ ପୁରୀର ବିକାଶ ଦିଗରେ ଅଧିକ ଧ୍ୟାନ ଦେବେ। ‘ଜଗନ୍ନାଥ ଡାକିଛନ୍ତି ମୋଦି ପଠାଇଛନ୍ତି ବିକାଶ ପାଇଁ ଆମେ ଆସିଛୁ’ ଆମର ସ୍ଲୋଗାନ ରହିଛି ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ।
ସମ୍ବିତ ବିଜୟୀ ହେବା ପରେ ପୁରୀର ବିକାଶ କରିବେ। ଏହି ନିର୍ବାଚନୀ ମଣ୍ଡଳୀରେ ଭଲ ଡାକ୍ତରଖାନାଟିଏ ନାହିଁ ତେଣୁ ଡାକ୍ତରଖାନା କରିବା । ଏସସିଏସ କଲେଜକୁ କିଭଳି ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବ ସେନେଇ ଚେଷ୍ଟା କରିବି । ପୁରୀ ଭଳି ଏକ ଆଧ୍ୟାତ୍ମିକ ସ୍ଥାନ କ୍ରାଇମ ସିଟିରେ ପରିଣତ ହେଲାଣି । ସିଟିରୁ କିଭଳି ଏହି ଅପରାଧ ଦୂର ହେବ ସେନେଇ ଚେଷ୍ଟା କରିବି ବୋଲି କହିଛନ୍ତି ସମ୍ବିତ ପାତ୍ର । ତେବେ ନିର୍ବାଚନର ସ୍ଲୋଗାନ ‘ଜଗନ୍ନାଥ ଡାକିଛନ୍ତି ମୋଦି ପଠାଇଛନ୍ତି ବିକାଶ ପାଇଁ ଆମେ ଆସିଛୁ’ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ