ଓଡିଶା

odisha

ETV Bharat / city

ଶ୍ରୀକ୍ଷେତ୍ରରେ ପାଳନ ହେଉଛି ମହାଷ୍ଟମୀ ପୂଜା - mahasthami puja at maa bimala pitha

ଶ୍ରୀକ୍ଷେତ୍ରରେ ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ପୀଠରେ ଆଜି ପବିତ୍ର ମହାଷ୍ଟମୀ ପୂଜାର ରୀତିନୀତି ହେଉଛି। କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ପାଳନ ହେଉଛି ମହାଷ୍ଟମୀ ପୂଜା। ଅଧିକ ପଢ଼ନ୍ତୁ...

ଶ୍ରୀକ୍ଷେତ୍ରରେ ପାଳନ ହେଉଛି ମାହାଷ୍ଟମୀ ପୂଜା
ଶ୍ରୀକ୍ଷେତ୍ରରେ ପାଳନ ହେଉଛି ମାହାଷ୍ଟମୀ ପୂଜା

By

Published : Oct 23, 2020, 6:51 PM IST

ପୁରୀ: ଶ୍ରୀକ୍ଷେତ୍ରର ଦେବୀ ପୀଠରେ ଆଜି ପାଳନ ହେଉଛି ମହାଷ୍ଟମୀ ପୂଜା। ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ପୀଠରେ ଆଜି ପବିତ୍ର ମହାଷ୍ଟମୀ ପୂଜାର ରୀତିନୀତି ହେଉଛି। ଷୋଡ଼ଷ ଉପଚାର ସହ ମା'ଙ୍କର ଗୁପ୍ତ ପୂଜା ହେବ। ମହାଷ୍ଟମୀର ନିଷାର୍ଦ୍ଧରେ ମା' ବିମଳାଙ୍କ ନିକଟରେ ଛାଗ ବଳୀ ପଡ଼ିବାର ପରମ୍ପରା ରହିଛି। ତେବେ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ପାଳନ ହେଉଛି ମହାଷ୍ଟମୀ ପୂଜା।

ଶ୍ରୀକ୍ଷେତ୍ରରେ ପାଳନ ହେଉଛି ମାହାଷ୍ଟମୀ ପୂଜା

ଆଜି ମା' ବିମାଳାଙ୍କ ପ୍ରତିନିଧି ମା' କାକୁଡ଼ିଖାଇଙ୍କର ଅନୁରୂପ ଭାବରେ ପ୍ରତିକାତ୍ମକ ଭାବେ କାକୁଡ଼ି ବଳି ଦିଆଯିବ। ଏଥିପାଇଁ ମା' ବିମଳାଙ୍କ ନିକଟରୁ ଗତକାଲି ପୂଜା ହୋଇଥିବା ଖଡ଼୍ଗ ମା' କାକୁଡ଼ିଖାଇଙ୍କ ନିକଟକୁ ଆସିଥିଲା। ମହାଷ୍ଟମୀର ସମସ୍ତ ରୀତିନୀତି ପରେ ଏହି ବଳି ଦିଆଯିବା ପରମ୍ପରା ରହିଛି।

ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି ପୀଠ ସହିତ ବାଲିସାହିର ମା' ଜହ୍ନିଖାଇଙ୍କ ପୀଠରେ ମଧ୍ୟ ପାଳିତ ହେଉଛି ମହାଷ୍ଟମୀ ପୂଜା। କୋରୋନା କଟକଣା ଯୋଗୁଁ ଏହି ପୀଠରେ ମଧ୍ୟ ଚଳିତ ବର୍ଷ ମହାଷ୍ଟମୀ ପୂଜା ଫିକା ପଡ଼ିଛି। ସରକାରଙ୍କ କୋଭିଡ ଗାଇଡାଲାଇନ ଯୋଗୁଁ ନିରାଡ଼ମ୍ବର ଭାବେ ସମସ୍ତ ରୀତିନୀତି କରାଯାଉଛି। ପୀଠରେ ଭକ୍ତିମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧୁଛନ୍ତି। ଶାନ୍ତି ଶୃଙ୍ଖଳାର ସହ ଦେବୀ ଗୋଶାଣୀଙ୍କ ପାଖରେ ପୂଜାର୍ଚ୍ଚନା କରୁଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details