ଓଡିଶା

odisha

ETV Bharat / city

ପୀଠେ ମହାଷ୍ଟମୀ: ମାଆଙ୍କ ପାଖରେ ଲାଗି ହେଲା ଆମିଷ ଭୋଗ - ଶ୍ରୀକ୍ଷେତ୍ର ଉତ୍ସବ ମୁଖରିତ

ଶାରଦୀୟ ଦୁର୍ଗାପୂଜାକୁ ନେଇ ଶ୍ରୀକ୍ଷେତ୍ର ଉତ୍ସବ ମୁଖରିତ । ଦେବୀ ପୀଠ ଗୁଡିକରେ ମହାଷ୍ଟମୀରେ ଆମିଷ ଭୋଗ ତଥା ଶଙ୍ଖୁଡ଼ି ଭୋଗ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

By

Published : Oct 5, 2019, 3:07 PM IST

ପୁରୀ: ଶାରଦୀୟ ଦୁର୍ଗାପୂଜାକୁ ନେଇ ଶ୍ରୀକ୍ଷେତ୍ର ଉତ୍ସବ ମୁଖରିତ । ପୁରୀରେ ଆଜି ଦେବୀ ପୀଠ ଗୁଡ଼ିକରେ ମହାଷ୍ଟମୀ । ଏହି ଅବସରରେ ମାଆଙ୍କୁ ପୂଜାର୍ଚ୍ଚନା ଓ ଆଶିଷ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ପୂଜା ପାଇଁ ଦେବୀ ପୀଠ ଗୁଡିକରେ ଏକାଠି ହୋଇଛନ୍ତି ।

ମହାଷ୍ଟମୀ ଅବସରରେ ଦେବୀ ପୀଠ ଗୁଡ଼ିକରେ ଆଜି ମହିଷାମର୍ଦ୍ଧିନୀ ବେଶ ଅନୁଷ୍ଠିତ ହୋଇଛି । ଏଥିପାଇଁ ସ୍ବତନ୍ତ୍ର ପୂଜା ସହ ଚଣ୍ଡୀ ପୂଜା, ବିଭିନ୍ନ ଗୁପ୍ତ ପୂଜା ଅନୁଷ୍ଠିତ ହେଉଛି । ଦେବୀ ପୀଠ ଗୁଡିକରେ ମହାଷ୍ଟମୀରେ ଆମିଷ ଭୋଗ ତଥା ଶଙ୍ଖୁଡ଼ି ଭୋଗ କରାଯାଇଛି । ଯାହାକି ସ୍ବତନ୍ତ୍ର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ଦେବୀ ପୀଠ ମାଆ କାକୁଡି ଖାଇ, ମାଆ ଜହ୍ନି ଖାଇ, ମାଆ ଆଲାମ ଚଣ୍ଡୀ, ବାଙ୍କୀ ମୁହାଣ ରାମ ଚଣ୍ଡୀ, ଶୂନ୍ୟ ଗୋଶାଣୀ ଆଦି ପ୍ରମୁଖ ଦେବୀ ପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details