ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ଓ ଜଳକ୍ରୀଡା ନୀତି

ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ଶୀତଳ ଷଷ୍ଠୀ ଓ ଜଳକ୍ରୀଡା ନୀତି । ଶୀତଳଷଷ୍ଠୀ ଅବସରରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଜଳକ୍ରୀଡ଼ା ଅନୁଷ୍ଠିତ ହୋଇଥାଏ । ଅଧିକ ପଢନ୍ତୁ...

Mahaprabhu sitalasasti jalakrida rituals
ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ଓ ଜଳକ୍ରୀଡା ନୀତି

By

Published : Jun 16, 2021, 5:38 PM IST

ପୁରୀ: ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ଓ ଜଳକ୍ରୀଡା ନୀତି । ଏକାଦଶୀରେ ମହାପ୍ରଭୁଙ୍କ ଜଳକ୍ରୀଡା ହୋଇଥାଏ । ଶୀତଳଷଷ୍ଠୀ ଅବସରରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଜଳକ୍ରୀଡ଼ା ଅନୁଷ୍ଠିତ ହୋଇଥାଏ ।

ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ଓ ଜଳକ୍ରୀଡା ନୀତି

ମହାପ୍ରଭୁଙ୍କ 42 ଦିନ ଚନ୍ଦନ ଯାତ୍ରା ଚାଲିଛି । ମହାପ୍ରଭୁ ବାହାରେ 21 ଦିନ ଓ ଭିତରେ 21 ଦିନ ଚନ୍ଦନ ଯାତ୍ରା ପାଳିତ ହୋଇଥାଏ । ଆଜି ହେଉଛି ମହାପ୍ରଭଙ୍କ ପବିତ୍ର ଶୀତଳ ଷଷ୍ଠୀ। ଶ୍ରୀକ୍ଷେତ୍ରର ପଞ୍ଚମହାଦେବ, ଶ୍ରୀଯମେଶ୍ବର, ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ବର, ଶ୍ରୀ କପାଳମୋଚନ,ଶ୍ରୀନୀଳକଣ୍ଠଙ୍କ ସହ ମା ପାର୍ବତୀଙ୍କ ବିବାହ ପରେ ଆଜି ଦେବ ଦମ୍ପତିଙ୍କ ପଞ୍ଚୁଗ୍ରାସୀ। ପଞ୍ଚମହାଦେବ ନଵବଧୂଙ୍କ ସହ ଶ୍ରୀମନ୍ଦିରରେ ବିଜେ କରିଥାନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଦେବଦମ୍ପତି ମହଲଷ୍ମୀଙ୍କ ଜଗମୋହନରେ ବିରାଜିଥାନ୍ତି।

ସେଠାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ମଧ୍ୟ ବିଜେ କରିବେ। ସେଠାରେ ପଞ୍ଚୁଗ୍ରାସୀ ପର୍ବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଜଳକ୍ରୀଡ଼ା ନୀତି ମଧ୍ୟ ଅନୁଷ୍ଠିତ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details