ପୁରୀ: ପହଞ୍ଚିଲା ଘୋଷଯାତ୍ରା ପାଇଁ ରଥ ଦଉଡି । କୋରୋନା କଟକଣା ମଧ୍ୟରେ ପ୍ରସ୍ତୁତି କରାଯାଇଛି ମହାପ୍ରଭୁଙ୍କ ଦଉଡି । ମୋଟ ୨୦ଟି ଦଉଡି ଆସି ପହଞ୍ଚିଛି ।
ପୁରୀରେ ପହଞ୍ଚିଲା ରଥ ଦଉଡି - ପୁରୀ ଘୋଷଯାତ୍ରା
ପୁରୀରେ ପହଞ୍ଚିଲା ଘୋଷଯାତ୍ରା ପାଇଁ ରଥ ଦଉଡି । ୧୪ଟି ରଥ ଓ ୬ଟି କର୍ଡନ ଦଉଡି ପହଞ୍ଚିଛି । କୋରୋନା କଟକଣା ମଧ୍ୟରେ ମୋଟ ୨୦ଟି ଦଉଡି ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...
ଆଜି ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ୧୪ଟି ରଥ ଓ ୬ଟି କର୍ଡନ ଦଉଡି ପହଞ୍ଚିଛି । ମୋଟ ୨୦ଟି ଦଉଡି ପ୍ରସ୍ତୁତ କରିଛି ବୀରପ୍ରତାପପୁରରେ ଥିବା ରାଜ୍ୟ ସମବାୟ କତା ନିଗମ । ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର କୋଭିଡ କଟକଣା ମାନି ଏହାକୁ ପ୍ରସ୍ତୁତ କରିଛନ୍ତି l ଏହି ଦଉଡି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି। ତେବେ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବାବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ। ସେହିପରି ଆଉଟଡୋର କର୍ଡନ ଦଉଡିର ଲମ୍ବ ୪୫୦ ଫୁଟ ହୋଇଥିବାବେଳେ ୪ ଇଞ୍ଚ ଗୋଲେଇ ରହିଛି । ଇନର କର୍ଡନର ଲମ୍ବ ୧୦୦ ମିଟର ସହ ଗୋଲେଇ ୪ ଇଞ୍ଚ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ