ପୁରୀ: ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ତେବେ ଶ୍ରୀମନ୍ଦିରରେ କୋଭିଡ କଟକଣା ହେତୁ ଶ୍ରଦ୍ଧାଳୁଙ୍କ ପ୍ରବେଶ କଟକଣା ଥିବାରୁ ଶ୍ରୀମନ୍ଦିର ବାହାରେ ଶ୍ରଦ୍ଧାଳୁ ମାନେ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଛନ୍ତି। ତେବେ ପ୍ରତିବର୍ଷ ଶ୍ରୀମନ୍ଦିର ବାଇଶି ପାହାଚରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ହଜାର ହଜାର ଶ୍ରଦ୍ଧାଳୁ ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି।
ଶ୍ରୀକ୍ଷେତ୍ରରେ ମହାଳୟା, ପିଣ୍ଡଦାନ କଲେ ଶ୍ରଦ୍ଧାଳୁ - ମହାଳୟା
ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ କୋଭିଡ କଟକଣା ହେତୁ ଶ୍ରଦ୍ଧାଳୁଙ୍କ ପ୍ରବେଶ କଟକଣା ଥିବାରୁ ଶ୍ରୀମନ୍ଦିର ବାହାରେ ଶ୍ରଦ୍ଧାଳୁ ମାନେ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଛନ୍ତି। ଅଧିକ ପଢନ୍ତୁ..

ବିଶ୍ୱାସ ରହିଛି ମହାଳୟା ତିଥିରେ ବାଇଶ ପାହାଚରେ ପିଣ୍ଡଦାନ କଲେ ପରଲୋକଗତ ପିତୃପୁରୁଷ ତୃପ୍ତ ହୋଇଥାନ୍ତି। ଏହାକୁ ପାଥେୟ କରି ଓଡ଼ିଶା ତଥା ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସି ବାଇଶି ପାହାଚରେ ପିଣ୍ଡଦାନ କରିଥାନ୍ତି। ସୂଚନା ଯୋଗ୍ୟ ମହାଳୟା ବା ମଉଳା ଅମାବାସ୍ୟା ପିତୃପକ୍ଷର ଅନ୍ତିମ ଦିବସ। ଯାହାର ପିତା ଯେଉଁ ଦିବସରେ ମୃତ୍ୟୁବରଣ କରିଥାନ୍ତି ପିତୃପକ୍ଷର ସେହି ତିଥିରେ ସେମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି।
ଯଦି କେହି ତିଥିରେ ପିଣ୍ଡଦାନ କରିନଥାନ୍ତି ସେମାନେ ମହାଳୟା ଦିନ ପିଣ୍ଡଦାନ କରିଥାନ୍ତି। ଶ୍ରଦ୍ଧାଳୁମାନେ ମହାପ୍ରସାଦ ପିଣ୍ଡକୁ ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଭାବେ ଅର୍ପଣ କରିଥିଲେ। ଅନେକ ଗୃହସ୍ଥ ମଧ୍ୟ ନିଜର ସ୍ୱଗୃହରେ ଏହି ଅବସରରେ ତର୍ପଣ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ