ଓଡିଶା

odisha

ETV Bharat / city

ମହାଷ୍ଟମୀରେ ପୂଜା ପାଉଛନ୍ତି ମା' କାକୁଡିଖାଇ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ - Puri jagannath Temple

ସ୍ବତନ୍ତ୍ର ପୂଜା ବିଧିରେ ମହାଷ୍ଟମୀରେ ପୂଜା ପାଉଛନ୍ତି ମା' କାକୁଡିଖାଇ । ମା' ବିମଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଟକଣା ଥିବାରୁ ମା' କାକୁଡିଖାଇଙ୍କୁ ଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

ମହାଷ୍ଟମୀରେ ପୂଜା ପାଊଛନ୍ତି ମା' କାକୁଡିଖାଇ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ
ମହାଷ୍ଟମୀରେ ପୂଜା ପାଊଛନ୍ତି ମା' କାକୁଡିଖାଇ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

By

Published : Oct 12, 2021, 7:23 PM IST

Updated : Oct 12, 2021, 7:53 PM IST

ପୁରୀ: ଶକ୍ତି ପୀଠରେ ପାଳନ ହେଉଛି ମା'ଙ୍କ ପବିତ୍ର ମହାଷ୍ଟମୀ । ଏଥିପାଇଁ ମା'ଙ୍କର ସ୍ବତନ୍ତ୍ର ପୂଜା ବିଧି ରହିଛି । ସେପଟେ ଶ୍ରୀକ୍ଷେତ୍ରରେ ମଧ୍ୟ ଦେବୀ ପୀଠ ଗୁଡ଼ିକରେ ମହାଷ୍ଟମୀ ପାଳନ ହେଉଛି । ଭକ୍ତମାନେ ଦେବୀ ଦୁର୍ଗାଙ୍କୁ ଭୋଗ, ନୈବେଦ୍ୟ, ଶଙ୍ଖା, ଶାଢ଼ୀ ଓ ସିନ୍ଦୂର ଦେଇ ପୂଜାର୍ଚ୍ଚନା କରୁଛନ୍ତି ।

ମହାଷ୍ଟମୀରେ ପୂଜା ପାଉଛନ୍ତି ମା' କାକୁଡିଖାଇ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

ତେବେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କର ଆଜି ମହାଷ୍ଟମୀ ନୀତି ହେଉଥିବାବେଳେ ତାଙ୍କର ପ୍ରତିନିଧି ଦେବୀ କାକୁଡି ଖାଇଙ୍କ ପାଖରେ ମଧ୍ୟ ମହାଷ୍ଟମୀ ନୀତି ହେଉଛି । ଯେଉଁମାନେ ମା'ଙ୍କୁ ଦର୍ଶନ କରି ନ ପାରନ୍ତି, ସେମାନେ ମା' କାକୁଡି ଖାଇଙ୍କୁ ଦର୍ଶନ କରି ଦେବୀ ବିମଳାଙ୍କ ଆଶୀର୍ବାଦ ନିଅନ୍ତି ।

ବିଶେଷ କରି ଏହି ଷୋଡଶ ପୂଜାରେ ମହିଳାମାନେ ମା' ବିମଳାଙ୍କୁ ଦର୍ଶନ କରିବା ନେଇ କଟକଣା ରହିଥାଏ । ଏଣୁ ମହିଳାମାନେ ଦେବୀ ବିମଳାଙ୍କ ପ୍ରତିନିଧି ମା' କାକୁଡି ଖାଇଙ୍କ ନିକଟକୁ ଆସି ପୂଜାର୍ଚ୍ଚନା କରନ୍ତି । ସେପଟେ ଦୁର୍ଗାଷ୍ଟମୀକୁ ମା ଦୁର୍ଗାଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ । ଏଣୁ କାକୁଡି ଖାଇ ପୀଠରେ ମା'ଙ୍କୁ ଶାଢ଼ୀ, ଶଙ୍ଖା, ସିନ୍ଦୁର, ନୈବେଦ୍ୟ, ଭୋଗରାଗ ଲାଗି କରାଯାଇ ବିଶେଷ ପୂଜା କରଯାଉଥିବା ନେଇ ମନ୍ଦିରର ପୂଜକ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 12, 2021, 7:53 PM IST

ABOUT THE AUTHOR

...view details