ପୁରୀ: ଆଜି (ବୁଧବାର) ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀଜୀଉମାନଙ୍କ 'ବନକଲାଗି' ବା ଶ୍ରୀମୁଖଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ନ ଘ.୪.୦୦ ଟାରୁ ସଂନ୍ଧ୍ୟା ଘ.୮.୦୦ ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଆପାତତଃ ଦର୍ଶନ ବନ୍ଦ ରହିବ ।
ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା କରାଯାଇଥାଏ । ପରମ୍ପରା ଅନୁଯାୟୀ ଚୈତ୍ର କୃଷ୍ଣ ତୃତୀୟ ତିଥିରେ ବନକଲାଗି ହୋଇଥାଏ । ଏହା ଗୁପ୍ତ ନୀତି ହୋଇ ଥିବା ରୁ ଦି’ପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦ୍ବାର ବନ୍ଦ କରାଯାଇ ଏହି ନୀତି କରାଯିବ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ବାରା ସମ୍ପୂର୍ଣ୍ଣ ବନ୍ଦ ରହେ ।