ଓଡିଶା

odisha

ETV Bharat / city

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, 4 ଘଣ୍ଟା ଦର୍ଶନ ବନ୍ଦ

ଆଜି ସଜେଇ ହେବ ମହାପ୍ରଭୁ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖ ଶୃଙ୍ଗାର ହେବ । ଏଥିପାଇଁ 4 ଘଣ୍ଟା ବନ୍ଦ ରହିବ ଦର୍ଶନ । ଅଧିକ ପଢନ୍ତୁ..

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

By

Published : May 12, 2021, 10:15 AM IST

ପୁରୀ: ଆଜି (ବୁଧବାର) ବୈଶାଖ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ସିଂହାର ବା ବନକଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଚାରି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ।

ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ପରେ ଦତ୍ତମହାପାତ୍ର ସେବକମାନେ ଭିତରେ ପ୍ରବେଶ କରିବେ । ବିଭିନ୍ନ ପ୍ରକ୍ରିୟାରେ ସେମାନେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ବନକଲାଗି ନୀତିର ପରମ୍ପରା ରହିଛି । ଏହା ଗୁପ୍ତ ନୀତି ହୋଇ ଥିବା ରୁ ଦି’ପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦ୍ବାର ବନ୍ଦ କରାଯାଇ ଏହି ନୀତି କରାଯିବ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି ।

ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ବାରା ସମ୍ପୂର୍ଣ୍ଣ ବନ୍ଦ ରହେ । ବନକଲାଗି ପରେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯିବା ସହ ଅନ୍ୟାନ ନୀତି ଅନୁଷ୍ଠିତ ଦେବ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details