ଓଡିଶା

odisha

ETV Bharat / city

ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗ; ବ୍ୟାଙ୍କ ଆଗରେ ସିପିଆଇଏମର ବିକ୍ଷୋଭ - cpim protest

5 ଦଫା ଦାବି ନେଇ ପୁରୀ ଜିଲ୍ଲା ସିପିଆଇଏମ ପକ୍ଷରୁ ପୁରୀ ୟେସ ବ୍ୟାଙ୍କ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ୟେସ ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ଫେରସ୍ତ, ମହାପ୍ରଭୁ ଶ୍ରୀଜଗନ୍ନାଥ କର୍ପସ ଫଣ୍ଡ 545 କୋଟି ଟଙ୍କା ଫେରସ୍ତ ଆଦି ଦାବି କରି ବିକ୍ଷୋଭ କରିଛି ଦଳ । ଅଧିକ ପଢନ୍ତୁ...

cpim protest in front of bank
ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗ; ବ୍ୟାଙ୍କ ଆଗରେ ସିପିଆଇଏମର ବିକ୍ଷୋଭ

By

Published : Mar 12, 2020, 11:18 AM IST

Updated : Mar 12, 2020, 11:26 AM IST

ପୁରୀ: 5 ଦଫା ଦାବି ନେଇ ପୁରୀ ଜିଲ୍ଲା ସିପିଆଇଏମ ପକ୍ଷରୁ ପୁରୀ ୟେସ ବ୍ୟାଙ୍କ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ରଣ ଖିଲାପୀଙ୍କ ଠାରୁ ଋଣ ଆଦାୟ, ୟେସ ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ଫେରସ୍ତ, ମହାପ୍ରଭୁ ଶ୍ରୀଜଗନ୍ନାଥ କର୍ପସ ଫଣ୍ଡ 545 କୋଟି ଟଙ୍କା ଫେରସ୍ତ ଆଦି ଦାବି କରି ବିକ୍ଷୋଭ କରିଛି ଦଳ ।

ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗ; ବ୍ୟାଙ୍କ ଆଗରେ ସିପିଆଇଏମର ବିକ୍ଷୋଭ

ସଂଗଠନ ଅଭିଯୋଗ କରିଛି ଯେ, ୟେସ ବ୍ୟାଙ୍କରେ ଦେବାଳିଆ ପରିସ୍ଥିତି ପାଇଁ କେନ୍ଦ୍ର ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ। ଶିଳ୍ପପତିଙ୍କୁ କେନ୍ଦ୍ର ସରକାର ଅହେତୁକ ସମର୍ଥନ ପାଇଁ ଆଜି ୟେସ ବ୍ୟାଙ୍କ ଶିଳ୍ପପତିଙ୍କୁ ଋଣ ଦେଇ ଦେବାଳିଆ ହୋଇଛି। ତେଣୁ ତୁରନ୍ତ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

ସେହିପରି ୟେସ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥ 545 କୋଟି ଟଙ୍କା କର୍ପସ ଫଣ୍ଡ ଶ୍ରୀମନ୍ଦିର ପରିଚଳନା କମିଟି ବିନା ଅନୁମୋଦନ ରଖିବାକୁ ସରକାରଙ୍କୁ ଘେରିଛି ସିପିଆଇଏମ। ଏହି ଟଙ୍କା ରଖିବା ପଛରେ ବଡ ବଡ ଅଫିସର ଓ ନେତାଙ୍କ ସମ୍ପୃକ୍ତି ରହିଛି। ବ୍ୟାପକ ଅର୍ଥ କାରବାର ହୋଇଛି। କିଏ ଏହି ଘଟଣାର ଦୋଷୀ, ରାଜ୍ୟ ସରକାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସିପିଆଇଏମ ଦାବି କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 12, 2020, 11:26 AM IST

ABOUT THE AUTHOR

...view details