ପୁରୀ: ବାହୁଡିଲେ ମହାବାହୁ । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ମହାପ୍ରଭୁ ବାହୁଡିଛନ୍ତି । ତିନି ରଥକୁ ସେବକମାନେ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଲଗାଇଛନ୍ତି । ରଥ ପହଞ୍ଚିବା ପରେ ରଥ ଉପରେ ଦିଅଁମାନଙ୍କ ଅନେକ ନୀତିକାନ୍ତି ରହିଛି ।
ରଥଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର 4 ଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ଆରମ୍ଭ ହୋଇଥିଲା । ବିନା ଭକ୍ତରେ ସେବାୟତମାନଙ୍କ ରଥଟଣା ଯାଇଛି ।