ଓଡିଶା

odisha

ETV Bharat / city

ତିନି ରଥରେ ଭାଙ୍ଗିଲା ଅଧର ପଣା ହାଣ୍ଡି

By

Published : Jul 22, 2021, 4:33 PM IST

Updated : Jul 22, 2021, 9:12 PM IST

ତିନି ରଥରେ ଭାଙ୍ଗିଲା ଅଧର ପଣା ହାଣ୍ଡି
ତିନି ରଥରେ ଭାଙ୍ଗିଲା ଅଧର ପଣା ହାଣ୍ଡି

20:13 July 22

ତିନି ରଥରେ ଭାଙ୍ଗିଲା ଅଧର ପଣା ହାଣ୍ଡି

ତିନି ରଥରେ ଭାଙ୍ଗିଲା ଅଧର ପଣା ହାଣ୍ଡି

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧର ପଣା ନୀତି ସମ୍ପନ୍ନ  । ତିନି ଠାକୁରଙ୍କ ରଥ ଉପରେ ଭାଙ୍ଗିଲା ଅଧର ପଣା ହାଣ୍ଡି  । ଅଧର ପଣା ପିଇ ତୃପ୍ତ ହେବେ ଅଶରୀରୀ  । 

19:50 July 22

ବଳଭଦ୍ର-ମା ସୁଭଦ୍ରାଙ୍କ ନିକଟରେ ଅଧର ପଣା ନୀତି ସମ୍ପନ୍ନ

ବଳଭଦ୍ର-ମା ସୁଭଦ୍ରାଙ୍କ ନିକଟରେ ଅଧର ପଣା ନୀତି ସମ୍ପନ୍ନ

ରଥରୁଢ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରଙ୍କ ନିକଟରେ ଅଧର ପଣା ନୀତି ସମ୍ପନ୍ନ  ।

18:31 July 22

ଚାଲିଛି ଅଧର ପଣା ପ୍ରସ୍ତୁତି

ତିନି ରଥରେ ଭାଙ୍ଗିଲା ଅଧର ପଣା ହାଣ୍ଡି

ଅଧର ପଣା ପାଇଁ ଚାଲିଛି ପ୍ରସ୍ତୁତି  । ରଥ ଉପରେ ମାଟି ହାଣ୍ଡିରେ ପଣା ତିଆରି କରୁଛନ୍ତି ସୁଆର  । 

16:42 July 22

ପାର୍ଶ୍ବ ଦେବାଦେବୀ-ଚଣ୍ଡୀଚାମୁଣ୍ଡାଙ୍କୁ ଲାଗି ହୁଏ ଅଧର ପଣା

ପାର୍ଶ୍ବ ଦେବାଦେବୀ-ଚଣ୍ଡୀଚାମୁଣ୍ଡାଙ୍କୁ ଲାଗି ହୁଏ ଅଧର ପଣା

ସୁନାବେଶର ପରଦିନ ଏବଂ ନିଳାଦ୍ରୀ ବିଜେର ପୂର୍ବ ଦିନ ମହାପ୍ରଭଙ୍କ ଏକ ଗୁରୁତ୍ବପୂର୍ଣ୍ଣ ନୀତି ଅନୁଷ୍ଠିତ ହୋଇଥାଏ  । ଏହା ହେଉଛି ଅଧରପଣା  । ରଥରୁଢ ବିଗ୍ରହଙ୍କ ଅଧର ଉଚ୍ଚାର ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ  । ପୂର୍ବରୁ ପାଣିଆ ଆପଟ ସେବକ ସିଂହଦ୍ବାର ଛାଉଣୀ ମଠ ସମ୍ମୁଖ କୂଅରୁ ଗରାରେ ଜଳ କାଢି ରଥ ଉପରେ ବଡ ବଡ ପିତ୍ତଳ ହଣ୍ଡାରେ ରଖିଥାନ୍ତି  । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିଆ କନା ପକାଯାଏ  । ମହାସୁଅରମାନେ ତିନୋଟି ଯାକ ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି  । ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ସାମଗ୍ରୀରେ ପଣା ପ୍ରସ୍ତୁତ ହୋଇଥାଏ  ଓ ବିଗ୍ରହଙ୍କୁ ଭୋଗ ଲାଗିଥାଏ  । ଭୋଗ ପରେ ରଥଗୁଡିକରେ ଥିବା ପାର୍ଶ୍ବ ଦେବାଦେବୀ, ଚଣ୍ଡୀଚାମୁଣ୍ଡା  ବା ଅଶରୀରୀମାନଙ୍କ ପାଇଁ ଅଧର ପଣା ହାଣ୍ଡିଗୁଡିକୁ ପଣା ଥିବା ଅବସ୍ଥାରେ ଭାଙ୍ଗି ଦିଆଯାଇଥାଏ  । 

16:10 July 22

ମହାପ୍ରଭୁଙ୍କ ଅଧର ପଣା ନୀତି ଆରମ୍ଭ

ପାର୍ଶ୍ବ ଦେବାଦେବୀ-ଚଣ୍ଡୀଚାମୁଣ୍ଡାଙ୍କୁ ଲାଗି ହୁଏ ଅଧର ପଣା

 ମହାପ୍ରଭୁଙ୍କ ଅଧର ପଣା ନୀତି ଆରମ୍ଭ  ।  ନିଳାଦ୍ରୀ ବିଜେର ପୂର୍ବଦିନ ଅର୍ଥାତ୍ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କୁ ଅଧର ପଣା ଲାଗି କରାଯାଏ  ।

Last Updated : Jul 22, 2021, 9:12 PM IST

ABOUT THE AUTHOR

...view details