ଓଡିଶା

odisha

By

Published : Nov 26, 2020, 8:16 PM IST

ETV Bharat / city

ନାଗାର୍ଜୁନ ବେଶ: ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡାନ୍ତ, ପୁରୀରେ 144 ଧାରା ଜାରି

ଆଉ କିଛି ଘଣ୍ଟା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ସମସ୍ତ ନୀତି ଆରମ୍ଭ ହେବ। ଦୀର୍ଘ 25ବର୍ଷ ପରେ ମହାପ୍ରଭୁ ଏହି ଦୁର୍ଲଭ ବେଶରେ ଶୋଭା ପାଇବେ। ଅଧିକ ପଢ଼ନ୍ତୁ...

ନାଗାର୍ଜୁନ ବେଶରେ ଶୋଭା ପାଇବେ ମହାପ୍ରଭୁ, ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ
ନାଗାର୍ଜୁନ ବେଶରେ ଶୋଭା ପାଇବେ ମହାପ୍ରଭୁ, ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ପୁରୀ: ଆଉ କିଛି ଘଣ୍ଟା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ସମସ୍ତ ନୀତି ଆରମ୍ଭ ହେବ। ଦୀର୍ଘ 25ବର୍ଷ ପରେ ମହାପ୍ରଭୁ ଏହି ଦୁର୍ଲଭ ବେଶରେ ଶୋଭା ପାଇବେ। ମହାପ୍ରଭୁଙ୍କ ପାଇଁ ବେଶ ପ୍ରସ୍ତୁତି ଶେଷ ହୋଇଛି। ବିଳମ୍ବିତ ରାତି ପ୍ରାୟ 2ଟାରେ ହରଚଣ୍ଡୀ ସାହି ଚକ୍ରକୋଟରୁ ସ୍ବତନ୍ତ୍ର ପଟୁଆରାରେ ମହାପ୍ରଭୁଙ୍କ ବେଶ ଅଣାଯିବ। ଏହାପରେ ଏହି ବେଶକୁ ଶ୍ରୀମନ୍ଦିରରେ ଜିମା ଦିଆଯିବ। ଏହି ସମୟରେ କୌଣସି ଭକ୍ତ ଯେଭଳି ଶ୍ରୀମନ୍ଦିର ମଧ୍ୟକୁ ନଯିବେ ସେନେଇ କଟକଣା ଜାରି କରାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ନାଗାର୍ଜୁନ ବେଶରେ ଶୋଭା ପାଇବେ ମହାପ୍ରଭୁ, ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ମହାବାହୁଙ୍କ ନାଗାର୍ଜୁନ ବେଶ ବେଳେ କେବଳ ସେବାୟତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ଦିଆଯିବ। ତେବେ ସେବାୟତମାନଙ୍କୁ ମଧ୍ୟ ଯାଞ୍ଚ କରାଯିବା ପରେ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବା ନେଇ ଗାଇଡଲାଇନ ରହିଛି। ଏହି ଦୁର୍ଲଭ ବେଶରେ ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ସଜେଇ ହେବା ସହ ନାଗା ତାଟି, ନାଗା ଫୁଲ, ଧେନୁ, ହାଣ୍ଡିଆ, କଟାରି, ବାଙ୍କ ଛୁରୀ, ଭାଲା, ତ୍ରିଶୂଳ, ସୂର୍ଯ୍ୟ, ଚନ୍ଦ୍ର, ସିଂଘା, ବାଘ ନଖ, ଓରମାଳ ଆଦି ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହେବେ ମହାବାହୁ। ମହାପ୍ରଭୁ ଆକର୍ଷଣୀୟ ବୀର ବେଶରେ ଦର୍ଶନ ଦେବେ।

କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମହାପ୍ରଭୁଙ୍କ ଏହି ଦୁର୍ଲଭ ନଗାର୍ଜୁନ ବେଶ ଦେଖିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏଥିପାଇଁ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରିଛନ୍ତି ପୁରୀ ପ୍ରଶାସନ। ଏଥିପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ସହରରେ ମଧ୍ୟରାତ୍ରରୁ 144 ଧାରା ଲାଗୁ ହେବା ନେଇ ପୁରୀ ପ୍ରଶାସନ ସୂଚନା ଦେଇଛି । ଏଥିପାଇଁ ପୁରୀ ସହରରେ 25 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମହାପ୍ରଭୁଙ୍କ ଏହି ବେଶକୁ ଦେଖିବାକୁ ବଞ୍ଚିତ ହେଉଥିବାରୁ ଭକ୍ତମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details