ପୁରୀ :ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ଖଡି ପ୍ରସାଦ ବିଜେ ହୋଇଯାଇଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ମଧ୍ୟ ଅନୁଷ୍ଠିତ ହୋଇଛି । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯାଇଛି । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ପ୍ରସାଦ ଅର୍ପଣ କରିଛନ୍ତି ।
ଅନବସର ଚତୁର୍ଦ୍ଦଶୀ: ସରିଲା ମହାପ୍ରଭୁଙ୍କ ଖଡ଼ି ପ୍ରସାଦ ବିଜେ - ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି
ଆଜି ଶ୍ରୀମନ୍ଦିରରେ ଅନବସର ଚତୁର୍ଦ୍ଦଶୀ ଦିବସରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି ସମ୍ପର୍ଣ୍ଣ ହୋଇଯାଇଛି । ଅଧିକ ପଢନ୍ତୁ
ଅନବସର ଚତୁର୍ଦ୍ଦଶୀ: ସରିଲା ମହାପ୍ରଭୁଙ୍କ ଖଡ଼ି ପ୍ରସାଦ ବିଜେ
ଅନବସର ଚତୁର୍ଦ୍ଦଶୀ: ସରିଲା ମହାପ୍ରଭୁଙ୍କ ଖଡ଼ି ପ୍ରସାଦ ବିଜେ
ଏହାପରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି କରାଯିବ । ତେବେ ବୁଧବାର ମହାପ୍ରଭୁ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ତିନିଦିନ ପରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଇଟିଭି ଭାରତ, ପୁରୀ
Last Updated : Jun 27, 2022, 6:36 PM IST