ଖୋର୍ଦ୍ଧା: ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନାଗାର୍ଜୁନ ବେଶ ପାଇ ସବୁଠି ଦେଖିବାକୁ ମିଳିଛି ଉତ୍କଣ୍ଠା ଓ ଉତ୍ସାହ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ମୁତାବକ ଖୋର୍ଦ୍ଧା ବେଗୁନିଆ ରାଉତପଡା ଗ୍ରାମରେ ପ୍ରସ୍ତୁତ ହୋଇଥାଏ ଚତୁର୍ଦ୍ଦା ମୁରତୀଙ୍କ ଅଙ୍ଗଲାଗୀ ବସ୍ତ୍ର। ତେବେ ଚଳିତ ବର୍ଷ ପାବିତ୍ର ନାଗାର୍ଜୁନ ବେଶରେ ବ୍ୟବହାର ହେବାକୁ ଥିବା ସମସ୍ତ ବସ୍ତ୍ର ବୁଣିବାରେ ବ୍ୟସ୍ତ ରାଉତପଡାର ବୁଣାକାର। ସେପଟେ ଚଳଞ୍ଚଳ ତନ୍ତଶାଳା । ମହାପ୍ରଭୁଙ୍କ ସେବାରେ ଦିନରାତି ଏକ କରି ବୁଣିବାରେ ବ୍ୟସ୍ତ ଏହି ବୁଣାକାର ପରିବାର । ଯାହାକୁ ନେଇ ସେମାନେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି ।
ଧଳା ସୁତାକୁ ଭିଜାଇ ତାକୁ ସୁଖାଇ ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦେବା ପର୍ଯ୍ୟନ୍ତ ସବୁ କାମ ଏବେ ବେଶ ଜୋରସୋରରେ ଚାଲୁ ରହିଛି ଖୋର୍ଦ୍ଧା ରାଉତପଡା ଗ୍ରାମରେ । ଏହି ଗ୍ରାମର ବୁଣାକାର ମାନେ ପିଢ଼ିପରେ ପିଢ଼ି ଶ୍ରୀମନ୍ଦୀର ପ୍ରଶାସନକୁ ଚତୁର୍ଦ୍ଦା ମୁରତିଙ୍କ ପ୍ରତିଦିନ ଲାଗି ହେଉଥିବା ଅଙ୍ଗଲାଗି ବସ୍ତ୍ର ଯୋଗାଇ ଆସୁଛନ୍ତି । ତେବେ ଦୀର୍ଘ 26 ବର୍ଷ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଚଳିତ କାର୍ତ୍ତିକ ମାସ ପଞ୍ଚୁକରେ ହେବାକୁ ଥିବା ବେଳେ ସେଥିଲାଗି ବସ୍ତ୍ର ବୁଣିବାରେ ବ୍ୟସ୍ତ ବୁଣାକାର । ଗୀତ ଗୋବିନ୍ଧ ପାଟ୍ଟ ଠାରୁ ମହାପ୍ରଭୁଙ୍କ ଅନ୍ୟାନ୍ୟ ବସ୍ତ୍ର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଅରଟରେ ସୁତା ପ୍ରସ୍ତୁତି କରିବା ସହିତ ସେସବୁକୁ ତନ୍ତରେ ଲଗାଇବା ପର୍ଯ୍ୟନ୍ତ ସବୁ କିଛି ସଠିକ୍ ଭାବରେ କରୁଛନ୍ତି ବୁଣାକାର ।