ଓଡିଶା

odisha

By

Published : Apr 22, 2020, 7:48 PM IST

ETV Bharat / city

ପୁରୀରେ ଲକଡାଉନ କଟକଣା ବଳବତ୍ତର, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଲକଡାଉନ କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ କହିଲେ ପୁରୀ ଏସପି ।

lockdown  violator being  punised, puri sp
ପୁରୀରେ ଲକଡାଉନ କଟକଣା ବଳବତ୍ତ, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ପୁରୀ: ଲକଡାଉନ ସମୟରେ ଗାଡି ଉପରେ କଟକଣା । ମେ 3 ତାରିଖ ଯାଏ ଲକ ଡାଉନ କଟକଣା ବଳବତ୍ତର ରହିଛି। କେତେକ ଜିଲ୍ଲାରେ ଲକଡାଉନକୁ କେତେକ କ୍ଷେତ୍ରରେ କୋହଳ ସହ ବାଇକ ନେବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ପୁରୀ ଜିଲ୍ଲାରେ କିନ୍ତୁ ଲକଡାଉନ ଜାରି ରହିଛି। କୌଣସି କୋହଳ ବ୍ୟବସ୍ଥା ହୋଇ ନାହିଁ।

ପୁରୀରେ ଲକଡାଉନ କଟକଣା ବଳବତ୍ତ, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଅନେକ ଲୋକ ବାଇକ ଓ କାର ଧରି ଯାତାୟତ କରୁଥିବାରୁ ଏନେଇ କଡା କାର୍ଯ୍ୟନୁଷ୍ଠାନ ପାଇଁ ଲୋକଙ୍କୁ ସତର୍କ କଲେ ପୁରୀ ଏସପି ଉମାଶଙ୍କର ଦାଶ।

ସେ କହିଛନ୍ତି ଯେ ପୁରୀ ଜିଲ୍ଲାରେ ଲକଡାଉନ କଟକଣା ରେ କୌଣସି କୋହଳ ବ୍ୟବସ୍ଥା ହୋଇ ନାହିଁ । ମେଡିକାଲ ସମ୍ବନ୍ଧୀୟ କାର୍ଯ୍ୟକୁ ଛାଡି ଆଉ କୌଣସି କାର୍ଯ୍ୟ ରେ ଚାରି ଚକିଆ ହେଉବା ଦୁଇ ଚକିଆ ବ୍ୟବହାର ହୋଇ ପାରିବ ନାହିଁ। ଏଭଳି ନିୟମ ଉଲଘଂନ ହେଲେ ଗାଡି ସିଜ ସହ କାର୍ଯ୍ୟନୁଷ୍ଠାନ ହେବ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details