ପୁରୀ: ଶିଶୁ କନ୍ୟା ପ୍ରତି ବଢ଼ୁଛି ଅତ୍ୟାଚାର । ୩ ଦିନରେ ତିନି-ତିନିଟି ଦୁଷ୍କର୍ମ ଘଟଣାକୁ ନେଇ ସାଧରଣରେ ଉଦବେଗ । ଗତ ଦୁଇ ହେବ 2 ଟି ମାମଲା ହୋଇଥିବାବେଳେ ପୁଣି ଆଜି(ମଙ୍ଗଳବାର) ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।
ପଡୋଶୀ ଘରର ଜଣେ ଯୁବକ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଶିଶୁକନ୍ୟାର ପରିବାର ଲୋକେ । ଥାନାରେ ଅଭିଯୋଗ ପରେ ବଳିଆପଣ୍ଡା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଶୁଭାଶିଷ ତ୍ରିପାଠୀ ବୋଲି ପୋଲିସ କହିଛି । ଅନ୍ୟପଟେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ।