ପୁରୀ:ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା (ChittaRanjan Murder Case)। ଘଟଣାର ପର୍ଦ୍ଦାଫାସ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ତଦନ୍ତ ଅନୁଧ୍ୟାନ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା (Crime Branch ADG Sanjeev Panda) । ଏନେଇ ପୁରୀ ଗସ୍ତ କରି ପୁରୀ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ସହିତ ଆଲୋଚନା କରି ତଦନ୍ତର ଅଗ୍ରଗତିର ସମୀକ୍ଷା କରିଛନ୍ତି।
ତେବେ ଏହି ଘଟଣାରେ ଦରକାର ପଡିଲେ ଅଟକ ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ (Lie detection test ) କରିବ କ୍ରାଇମବ୍ରାଞ୍ଚ । ଏନେଇ ଆଜି ସୂଚନା ଦେଇଛନ୍ତି ଏଡିଜି ସଂଜୀବ ପଣ୍ଡା । ତଦନ୍ତରେ ଆଗ୍ରଗତି ହେବା ସହ ମୃତ୍ୟୁ ଘଟଣା ଉପରୁ ପରଦା ହଠାଇବା ନେଇ କ୍ରାଇମବ୍ରାଞ୍ଚ ସମସ୍ତ ଉଦ୍ୟମ କରୁଛୁ ଓ ଦରକାର ପଡ଼ିଲେ ଏହି ତଦନ୍ତ ନେଇ ଯେଉଁ ବ୍ୟକ୍ତିଙ୍କ ଭୂମିକା ଆସିବ ସେମାନଙ୍କୁ ଜେରା କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଏଡିଜି ।