ପୁରୀ: ବରିଷ୍ଠ ସେବାୟତ ସ୍ବର୍ଗତଃ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ଗତ ଦୁଇ ଦିନ ତଳେ ପରଲୋକ ହୋଇଥିଲା। ଆଜି (ମଙ୍ଗଳବାର) ସକାଳେ ତାଙ୍କର ପତ୍ନୀ ବିନୋଦିନି ଦାସ ମହାପାତ୍ରଙ୍କ କୋରୋନାରେ ମୃତ୍ୟୁ ହୋଇଛି। ସେ କୋଭିଡରେ ଅକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ତେବେ ପୂର୍ବରୁ ତାଙ୍କ ସ୍ୱାମୀ ପ୍ରେମାନଦ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ହେଲେ ଠିକ 2 ଦିନ ପୂର୍ବେ ସେବାୟତଙ୍କ ମୃତ୍ୟ ହୋଇଥିଲା। ପରିବାରର ଦୁଇ ଜଣ ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପରିବାର ଲୋକ।